ଇଡି ଅଫିସ ଆଗରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର (ବୁ୍ୟରୋ): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିଛି । ତେବେ ଏହାକୁ ବିରୋଧ କରି ରାଜ୍ୟ କଂଗ୍ରେସ ଭୁବନେଶ୍ୱରସ୍ଥିତ ଇଡି ଅଫିସ୍ ଆଗରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଡି ଅଫିସ ସମ୍ମୁଖରେ ପ୍ରତିବାଦ ଶୋଭାଯାତ୍ରା, ସଭା ଓ ଘେରାଉ କରାଯାଇଥିଲା । କଂଗ୍ରେସ ପକ୍ଷରୁ କୁହାଯାଇଛି, ବିଜେପି ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ହୀନ ରାଜନୈତିକ ଉଦେ୍ଦଶ୍ୟକୁ ଚରିତାର୍ଥ କରିବା ପାଇଁ ଇଡିକୁ ଯେଉଁଭଳି ଭାବରେ ବ୍ୟବହାର କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ । ୨୦୧୪ ମସିହା ପାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଗାନ୍ଧୀ ପରିବାର ବିରୁଦ୍ଧରେ ବହୁ ମିଛ ଓ ଅସତ୍ୟ କେସ କରିବା ପାଇଁ ଇଡି, ସିବିଆଇ, ଆୟକର ବିଭାଗ ଇତ୍ୟାଦି ଉପରେ ବହୁ ରାଜନୈତିକ ଚାପ ସୃଷ୍ଟି କରୁଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଏଆଇସିସି ସଭ୍ୟ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ମିଛ କେସ ଇଡି କିପରି କଲା ବୋଲି ପ୍ରଶ୍ନ କରିଛନ୍ତି । ଏହି ସଭାରେ ଦଳର ବହୁ ବରିଷ୍ଠ ନେତା, ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀଙ୍କ ସମେତ ସସସ୍ତ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *