ଗୁଡ୍ରିସାହି ପ୍ରାଥମିକ ବିଦ୍ୟାଳୟ ପୁନଃ ଚାଲୁ ଦାବିରେ ରାସ୍ତାରୋକ

ଚକାପାଦ (ଆପ୍ର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳି ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରିସାହି ଗ୍ରାମବାସୀ ଗୁଡ୍ରିସାହି ପ୍ରାଥମିକ ବିଦ୍ୟାଳୟ ପୁନଃ ଚାଲୁ କରିବା ଦାବିରେ ଚକାପାଦ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି ।
ସୂଚନାଯୋଗ୍ୟ ଚକାପାଦ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଗୁଡ୍ରିସାହି ପ୍ରାଥମିକ ବିଦ୍ୟାଳୟଟି ଚକାପାଦ-ଚାହାଳି ରାସ୍ତାର ଚକାପାଦ ଠାରୁ ପାଞ୍ଚ କିମି ଯିବା ପରେ ପଇତାଗାଁ ଛକରୁ ତିନି କିମି ଦୂରରେ ଅବସ୍ଥିତ । ଚତୁର୍ଦ୍ଦିଗ ପାହାଡ଼ମୟ । ସରକାରଙ୍କ ପକ୍ଷରୁ ପିଲାଙ୍କ ହିତ ଦୃଷ୍ଟିରୁ ୨୦୦୮ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧୫ କିମ୍ବା ତାଠାରୁ କମ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ଗୁଡ଼ିକ ବନ୍ଦ କରାଯାଇ ନିକଟତର ବିଦ୍ୟାଳୟ ଗୁଡିକରେ ମିଶ୍ରଣ କରାଗଲା । ଗୁଡ୍ରିସାହି ବିଦ୍ୟାଳୟ ପାଞ୍ଚ କିମି ଦୂର ରୁପାଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହେଲା । ପାଞ୍ଚ କିଲୋମିଟର ଯାଇ କୁନିକୁନି ପାଠ ପଢିବା ଦୂରୁହ ବ୍ୟାପାର ମନେକରି ଗୁଡ୍ରିସାହି ଗ୍ରାମବାସୀ ଜୋରଦାର ବିରୋଧ କରି ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ । ଏପରି ଅଭିଯୋଗର ତଦନ୍ତ ଅଧିôକାରୀ ବିଡିଓ ଅନିଲ କୁମାର ପଟ୍ଟନାୟକ ତା-୦୯/୦୨/୨୦୨୧ରେ ଗୁଡ୍ରିସାହି ବିଦ୍ୟାଳୟ ଆସି ତଦନ୍ତ କରନ୍ତେ ୧୮ ଛାତ୍ରଛାତ୍ରୀ ଥିବା ଜାଣିବାକୁ ପାଇଲେ ଏବଂ କନ୍ସୋଲିଡେସନ ଷ୍ଟାଟସ୍ ପରିବର୍ତ୍ତନ କରାଯାଇ ବିଦ୍ୟାଳୟ ଚାଲୁ କରିବା ପାଇଁ ତଦନ୍ତ ରିପୋର୍ଟ ଦାଖଲ କଲେ । ଇତି ମଧ୍ୟରେ ଷୋହଳ ମାସ ବିତି ଯାଇଥିôଲେ ହେଁ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଚାଲିବା ନେଇ କୌଣସି ନିଦେ୍ର୍ଦଶନାମା ନାହିଁ । ଗତ କିଛି ଦିନ ପୂର୍ବେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି । ସର୍ବ ଶେଷରେ ଗ୍ରାମବାସୀ ବିଦ୍ୟାଳୟ ଚାଲୁ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିôକ୍ଷକ, ଜିଲ୍ଲା ଶିକ୍ଷାଧିକାରୀ, ବିଡିଓ, ତହସିଲଦାର ପ୍ରମୂଖଙ୍କୁ ଜଣାଇଥିôଲେ ।
ଅଦ୍ୟାବଧି ଏ ସମ୍ପର୍କରେ କୌଣସି ଅଧିକାରୀ କର୍ଣ୍ଣପାତ କରିନଥିବାରୁ ଗ୍ରାମବାସୀ ଗତକାଲି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଚକାପାଦ ଥାନା ଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବଂ ରାଜସ୍ୱ ପରିଦର୍ଶକ ବାଳକୃଷ୍ଣ ବେହେରା ପ୍ରମୂଖ ପହଞ୍ଚô ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ । ବିଇଓ ନାଗେଶ୍ୱର ପ୍ରଧାନ ପହଞ୍ଚô ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଆସନ୍ତା ୩୦ ତାରିଖ ମଧ୍ୟରେ ବିଦ୍ୟାଳୟ ଚାଲୁ କରା ନ ଗଲେ ପୁନର୍ବାର ରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *