ପାୱାର, ବିରୋଧୀ ମେଣ୍ଟର ପ୍ରଥମ ପସନ୍ଦ!

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଆସନ୍ତା ମାସ ଅର୍ଥାତ୍ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବା ସମ୍ପର୍କରେ ଘୋଷଣା କରିବା ପର ଠାରୁ ସବୁ ରାଜନୈତିକ ଦଳଗୁଡ଼ିକ ଏନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ଏବେ ବିରୋଧୀ ଦଳ ଏକଜୁଟ୍ ହୋଇ ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରାଇବାକୁ ଯୋଜନା କରୁଥିବା ଜାଣିବାକୁ ମିଳୁଛି । ସଂସଦର ଉଭୟ ଗୃହରେ ସାଂସଦ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପିର ପଲ୍ଲା ଭାରି ମନେ ହେଉଥିଲେ ମଧ୍ୟ ରାଜ୍ୟୱାରୀ ବିଧାୟକ ସଂଖ୍ୟା ଏବଂ ବିରୋଧୀ ଦଳ ସାଂସଦଙ୍କ ସଂଖ୍ୟା ଗଣିତରେ ବିଜେପି ସାମାନ୍ୟ ପଛରେ ପଡ଼ିଯାଇଛି ।
ଅନ୍ୟପକ୍ଷେ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ ସବୁ ବିରୋଧୀ ଦଳ ଏବେ ଏମିତି ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇବାକୁ ଚାହୁଁଛନ୍ତି ଯାହାଙ୍କର ସବୁ ଦଳଙ୍କ ସହ ସମନ୍ୱୟ ବେଶ୍ ଭଲ ରହିଥିବ । ଏପରିସ୍ଥିତିରେ ଏବେ ସବୁ ବିରୋଧୀ ଦଳଙ୍କ ନଜରରେ କେବଳ ଜଣେ ବ୍ୟକ୍ତି ହିଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସର୍ବୋତ୍ତମ ଭାବେ ଉଭା ହୋଇଛନ୍ତି । ସେ ହେଉଛନ୍ତି ଏନ୍ସିପି ମୁଖ୍ୟ ଶରଦ ପାୱାର । ପାୱାର ଜଣେ ଦକ୍ଷ, ଅଭିଜ୍ଞ ରାଜନେତା ହେବା ସହ କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ସୁତରାଂ ପାୱାରଙ୍କ ପାଖରେ ରାଷ୍ଟପ୍ରତି ହେବାର ସବୁପ୍ରକାର ଗୁଣ ରହିଥିବା ବିରୋଧୀ ବିଶ୍ୱାସ କରୁଛନ୍ତି ।
ପ୍ରକାଶ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ କଂଗ୍ରେସ ପ୍ରଥମେ ପ୍ରସ୍ତାବ ଦେଇଛି । ଏନେଇ ଗତ ଗୁରୁବାର କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ପାୱାରଙ୍କୁ ଭେଟିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପକ୍ଷରୁ ସେ ଏହି ପ୍ରସ୍ତାବ ନେଇ ତାଙ୍କ ପାଖକୁ ଆସିଥିବା ପାୱାରଙ୍କୁ କହିଥିଲେ । ଏହି ଅବସରରେ ଉଭୟ ପାୱାର ଏବଂ ଖର୍ଗେ ମଧ୍ୟରେ ଦୀର୍ଘ ସମୟ ରୁଦ୍ଧଦ୍ୱାର ବୈଠକ ମଧ୍ୟ ହୋଇଥିଲା । ସେହିପରି ଶରଦ ପାୱାରଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଶିବସେନା ମଧ୍ୟ ସମର୍ଥନ କରିବ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ଏତଦ୍ବ୍ୟତୀତ ଆରଜେଡି, ଆମ୍ ଆଦ୍ମୀ ପାର୍ଟି (ଆପ୍) ପକ୍ଷରୁ ମଧ୍ୟ ଶରଦ ପାୱାରଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ସମର୍ଥନ କରିିବେ ବୋଲି ଘୋଷଣା କରିସାରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ମଧ୍ୟ ଶରଦ ପାୱାରଙ୍କ ରାଷ୍ଟ୍ରପତି ପ୍ରାର୍ଥôତ୍ୱକୁ ସମର୍ଥନ କରିବେ ବୋଲି ଗ୍ରୀନ୍ ସିଗ୍ନାଲ ଦେଇସାରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *