କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦ.ଆଫି୍ରକା ତୃତୀୟ ଟି-୨୦
ନୂଆଦିଲ୍ଲୀ,୧୩ା୬ (ଏଜେନ୍ସି): ପ୍ରଥମ ଦୁଇଟି ମ୍ୟାଚ୍ରେ ପରାଜୟ ସ୍ୱୀକାର କରିବା ପରେ ଟିମ୍ ଇଣ୍ଡିଆକୁ ଆଜି ଭାଇଜାଗ୍ ଠାରେ ହେବାକୁ ଥିବା ତୃତୀୟ ମ୍ୟାଚ୍ ଜିତିବାକୁ ହେବ । ଯଦି ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ବିଜୟ ସ୍ୱାଦ ମିଳିପାରିବ ନାହିଁ ତାହେଲେ ନିଶ୍ଚୟ ସିରିଜ୍ ହାରିଯିବ । ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଖେଳୁଥିବା ଟିମ୍ ଇଣ୍ଡିଆ ନିକଟରେ ଅନେକ ସମସ୍ୟା ରହିଛି । ସ୍ପିନର୍ମାନେ ଫର୍ମରେ ନାହାନ୍ତି । ଓପନିଂ ଯୋଡ଼ି ମଧ୍ୟ କମାଲ୍ କରିପାରୁନାହିଁ । ପେସର୍ ୱିକେଟ୍ ନେବାକୁ ସକ୍ଷମ ହୋଇପାରୁନାହାନ୍ତି । ଖୋଦ୍ ଅଧିନାୟକଙ୍କ ବଲ୍ ମଧ୍ୟ କମାଲ୍ କରିପାରୁନାହିଁ । ପ୍ରଥମ ମ୍ୟାଚ୍ରେ ଭାରତ ଖରାପ ବୋଲିଂ ଯୋଗୁ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ବ୍ୟାଟ୍ସମ୍ୟାନ୍ ଦୁର୍ବଳ ପଡ଼ିଗଲେ । ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଏଯାବତ୍ ପ୍ଲାୱାର୍-ପ୍ଲେରେ ଭଲ ଆରମ୍ଭ ଦେଇପାରି ନଥିଲେ । ଇଶାନ୍ କିଶାନ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଋତୁରାଜ୍ କେବଳ ୨୩ ଏବଂ ୧ ରନ୍ କରିଛନ୍ତି ।
କେଏଲ୍ ରାହୁଲ ଆହତ ହେବା ଯୋଗୁ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ପନ୍ତ ଏପର୍ଯ୍ୟନ୍ତ ୨୯ ଓ ୫ ରନ୍ କରିଛନ୍ତି । ସେ ୪୫ ଟି-୨୦ରେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ୨୩.୯ ହାର ଏବଂ ୧୨୬.୬ ଷ୍ଟ୍ରାଇକ୍ ରେଟ୍ ଅନୁସାରେ କେବଳ ୩ଟି ଅର୍ଦ୍ଧଶତକ କରିଛନ୍ତି, ଯାହାକି ତାଙ୍କ ଠାରୁ ଆଶା କରା ନଯାଏ । ଅଧିନାୟକ ଭାବେ ପନ୍ତଙ୍କ ନିଷ୍ପତ୍ତି ଉପରେ ମଧ୍ୟ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ବୋଲିଂ ଫର୍ମାଟ୍ରେ ଯୁଜବେନ୍ଦ୍ର ଚହଲ୍ ଏବଂ ଅକ୍ଷରଙ୍କ ସ୍ପିନ୍ ଯୋଡ଼ି ଏପର୍ଯ୍ୟନ୍ତ ନିରାଶ କରିଛନ୍ତି । ଡେଭିଡ୍ ମିଲର୍, ରାସି ୱାନ୍ ଡେର୍ ଡୁସେନ୍ ଏବଂ ହେନରିକ୍ କ୍ଲାସେନ୍ଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏମାନଙ୍କ ବୋଲିଂରେ ସହଜରେ ରନ୍ କରିନେଉଛନ୍ତି । ଫଳତଃ ତୃତୀୟ ମ୍ୟାଚ୍ରେ ଉଭୟଙ୍କ ମଧ୍ୟରୁ କାହାକୁ ଜଣକୁ ବାଦ୍ ଦିଆଯାଇପାରେ । ଟିମ୍ ପ୍ରବନ୍ଧନ ଯୁବ ଲେଗ୍ ସ୍ପିନର୍ ରବି ବିଶ୍ରୋଇ କିମ୍ବା ଅଲ୍ରାଉଣ୍ଡର ଭେଙ୍କଟେଶ ଅୟର୍ଙ୍କୁ ନେଇପାରେ । ଭେଙ୍କଟେଶ ଆଇପିଏଲ୍ରେ ପ୍ରତିନିଧିତ୍ୱ ମଧ୍ୟ କରିପାରନ୍ତି ।
ସେହିଭଳି ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦେଇ ଆଉ ସବୁ ଭାରତୀୟ ବୋଲର୍ ୱିକେଟ୍ ନେବାରେ ଅସଫଳ ହେଉଛନ୍ତି । ଯେଉଁଥିପାଇଁ ଚଳିତ ଟି-୨୦ ସିରିଜ୍ ନେଇ ସଙ୍କଟ ପରିସ୍ଥିତି ଦେଖାଦେଇଛି । ତେଣୁ ଏବେ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଟିମ୍ ପ୍ରବନ୍ଧନ ଏଯାବତ୍ ଗୋଟିଏ ମଧ୍ୟ ୱିକେଟ୍ ନେଇ ନଥିବା ଆବେଶ ଖାନ୍ଙ୍କ ବଦଳରେ ଦ୍ରୁତ ବୋଲର୍ ଓମ୍ରାନ୍ ମଲିକ କିମ୍ବା ଅର୍ଶଦୀପ ସିଂହଙ୍କୁ ଡେବୁ୍ୟ ସୁଯୋଗ ଦିଆଯାଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *