ନେତୃତ୍ୱ ନେବେ ସିନ୍ଧୁ

ଇଣ୍ଡୋନେସିଆ ଓପନ୍
ନୂଆଦିଲ୍ଲୀ,୧୩ା୬ (ଏଜେନ୍ସି): ଅଲିମ୍ପିକ୍ରେ ଦୁଇ ଥର ପଦକ ବିଜେତା ପିଭି ସିନ୍ଧୁ ଏବଂ ଦେଶର ଉଦୀୟମାନ ତାରକା ଲକ୍ଷ୍ୟ ସେନ୍ ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପକ୍ଷରୁ ନେତୃତ୍ୱ ନେବେ । ଏଥିରେ ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିବେ । ଚଳିତ ବର୍ଷ ସିନ୍ଧୁ ଦୁଇଟି ସୁପର୍ ୩୦୦ ଟାଇଟଲ୍ (ସୟଦ୍ ମୋଦି ଇଣ୍ଟରନ୍ୟାସନାଲ୍ ଓ ସ୍ୱିସ୍ ଓପନ୍) ବିଜେତା ହୋଇଛନ୍ତି । କିନ୍ତୁ ଶୀର୍ଷ ଖେଳାଳିଙ୍କ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାନ୍ତି । ଥାଇଲାଣ୍ଡର ରତଚାନୋକ ଇଙ୍କାନୋନ୍, ଚୀନ୍ର ଚେନ୍ ୟୁ ଫି ଏବଂ କୋରିଆର ଏନ୍ ସେ’ଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି । ତେବେ ଇଣ୍ଡୋନେସିଆ ଓପନ୍ରେ ସିନ୍ଧୁ ନିଜର ଅଭିଯାନ ଚୀନ୍ର ହି ବିଙ୍ଗ୍ ଜିଓଙ୍କ ବିପକ୍ଷରେ ଆରମ୍ଭ କରିବେ ।
ସପ୍ତମ ମାନ୍ୟତା ପ୍ରାପ୍ତ ସିନ୍ଧୁ ଯଦି ଆରମ୍ଭ ଦୁଇଟି ପର୍ଯ୍ୟାୟରେ ବିଜୟ ହାସଲ କରିନେବେ ତାହେଲେ ତୃତୀୟ ମାନ୍ୟତା ପ୍ରାପ୍ତ ଏନ୍ ସେ ୟଙ୍ଗ୍ଙ୍କୁ ସାମ୍ନା କରିବେ । ସେ ଭାରତୀୟଙ୍କ ବିପକ୍ଷରେ ୫-୦ରେ ଉଲ୍ଲେଖନୀୟ ରେକର୍ଡ କରିଛନ୍ତି । ତେବେ ତିନି ଥରର ପୂର୍ବ ବିଶ୍ୱ ଚାମ୍ପିଅନ୍ ଏବଂ ରିଓ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା କ୍ୟାରୋଲିନା ମାରିନ୍ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଏହି ପ୍ରତିଯୋଗିତା ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
ସେହିଭଳି ଭାରତୀୟ ତାରକା ସାଇନା ନେହ୍ୱାଲ୍ ଏହି ପ୍ରତିଯୋଗିତାରେ ଖେଳିବେ ନାହିଁ । ଆସନ୍ତା ସପ୍ତାହରେ ମାଲେସିଆ ଓପନ୍ ଖେଳିବା ପାଇଁ ପ୍ରସ୍ତୁତି ଚାଲିଛି । ପୁରୁଷ ଏକକ ବର୍ଗରେ ଅଷ୍ଟମ ମାନ୍ୟତା ପ୍ରାପ୍ତ ସେନ୍ ଏବଂ ଏଚ୍ଏସ୍ ପ୍ରଣୟ ପ୍ରଥମ ପର୍ଯ୍ୟାୟରେ ସାମ୍ନାସାମ୍ନି ହେବେ । ସେନ୍ କିଛି ମାସ ପୂର୍ବରୁ ଭଲ ଫର୍ମରେ ଥିବାବେଳେ ଏବେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି । ବିଶ୍ୱ ଚାମ୍ପିଅନ୍ସିପ୍ ରଜତ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ମ୍ୟାଚ୍ରେ ଚୀନ୍ ତାଇପେ ୱାଙ୍ଗ ଜୁ ୱେଇଙ୍କୁ ଭେଟିବା ସହ ସାଇ ପ୍ରଣୀତଙ୍କ ସାମ୍ନା ଡେନ୍ମାର୍କର ହ୍ୟାସ୍ କି୍ରଷ୍ଟିଅନ୍ ସୋଲବର୍ଗ ୱିଣ୍ଟିଗସ୍ଙ୍କ ସହ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *