ବରପାଲିରେ ପ୍ରାଚୀନ ସଭ୍ୟତାର ଅବଶେଷ
ବରଗଡ଼, ୧୨ା୬(ଆପ୍ର): ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ବହୁ ପ୍ରାଚୀନ ସଭ୍ୟତାର ଅବଶେଷ ଠାବ କରାଯାଇଛି । ଏଠାରେ ଖନନ ସମୟରେ । ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀୟ ମାଟି ତଳୁ ମିଳିଛି । ଏହା ପ୍ରାୟ ଦୁଇ ହଜାର ବର୍ଷର ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ ଇତିହାସର ପ୍ରାଣକେନ୍ଦ୍ର ଥିବା ଜଣାପଡ଼ିବା ପରେ ସେଠାରେ ଖନନ କାର୍ଯ୍ୟ ଚାଲିଛି । ଭାରତ ସରକାରଙ୍କ ନିଦେ୍ର୍ଦଶରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏହି ଖନନ କାର୍ଯ୍ୟ ଚାଲିଛି । ମାଟି ତଳୁ ପ୍ରାଚୀନ ସଭ୍ୟତାର ମୁଦ୍ରା, ମାଳି, ପ୍ରାଚୀନ ସଭ୍ୟତାରେ ବ୍ୟବହାର ହେଉଥିବା ମୋହର, ଲୌହ ସାମଗ୍ରୀ, ଉନ୍ନତ ଧରଣର ମାଟି ପାତ୍ର ଯଥା- କୃଷ୍ଣ ଲୋହିତ ମାଟି ପାତ୍ର, ଲାଲ ମାଟି ପାତ୍ର, ହାଣ୍ଡି ଓ ପ୍ରାଚୀନ ସଭ୍ୟତାରେ ଗଢ଼ି ଉଠିଥିବା ଧ୍ୱଂସାବିଶେଷ ମିଳିଛି ।
ଇତିହାସ ବିଭାଗର ପ୍ରଫେସର ଡ. ଅତୁଲ କୁମାର ପ୍ରଧାନଙ୍କ ନେତୃôରେ ଖନନ କରାଯିବା ସମୟରେ ୨ ହଜାର ବର୍ଷ ପୂର୍ବର କାର୍ତ୍ତିରାଜି ଉଦ୍ଧାର ହୋଇଛି । ଖନନ ଜାରି ରହିଥିବାରୁ ଆହୁରି ଅନେକ କିଛି ମିଳିବ ବୋଲି ଆଶା କରାଯାଉଛି ।