ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ଭୁବନେଶ୍ୱର (ବୁ୍ୟରୋ): ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଦେଖିବା ପାଇଁ ଓଡ଼ିଶା ଆସିଥିବା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍ କରିଛନ୍ତି । ନବୀନ ନିବାସରେ ଏହି ସାକ୍ଷାତ୍ ହୋଇଥିଲା । ହକି ଇଣ୍ଡିଆର ଜର୍ସି ପ୍ରଦାନ ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । କିଛି ସମୟ ଚର୍ଚ୍ଚା ପରେ ବାରବାଟୀ ଅଭିମୁଖେ ବାହାରିଥିଲେ ଗାଙ୍ଗୁଲି । ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ପୂର୍ବତନ ଖେଳାଳି ଦେବାଶିଷ ମହାନ୍ତି, ଓସିଏ ସଭାପତି ପଙ୍ଗଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *