ରାହୁଲଙ୍କ ହାଜର ପୂର୍ବରୁ ଶକ୍ତି ପ୍ରଦର୍ଶନ

ଆଜି କଂଗ୍ରେସର ଦେଶବ୍ୟାପୀ ସତ୍ୟାଗ୍ରହ
ନୂଆଦିଲ୍ଲୀ,୧୨ା୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ସୋମବାର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ରେ ହାଜର ହେବେ । ଏହାକୁ କଂଗ୍ରେସ ବଡ ରାଜନୈତିକ ପ୍ରସଙ୍ଗ କରିବା ଲାଗି ପ୍ରସ୍ତୁତି ଚଳାଇଛି । ରାହୁଲଙ୍କ ପଛରେ ଦଳ ପୂର୍ଣ୍ଣ ରୂପେ ଛିଡା ହୋଇଛି ବୋଲି ବାର୍ତ୍ତା ଦେବା ଉଦେ୍ଦଶ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ, ଦଳର ସବୁ ସାଂସଦ, ବିଧାୟକ ଓ ପୂର୍ବତନ ସାଂସଦ ତଥା ବିଧାୟକଙ୍କ ସମେତ ସମସ୍ତ ବରିଷ୍ଠ ନେତା ସୋମବାର ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ । କଂଗ୍ରେସ ଶାସିତ ଦୁଇ ରାଜ୍ୟ ରାଜସ୍ଥାନ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଯଥାକ୍ରମେ ଅଶୋକ ଗହଲୋତ ଓ ଭୂପେଶ ବଘେଲ ମଧ୍ୟ ଏହି ଶକ୍ତି ପ୍ରଦର୍ଶନରେ ସାମିଲ ହେବେ ।
ଦଳର ସଂଗଠନ ମହାସଚିବ ଏସି ବେଣୁଗୋପାଳ ସବୁ ରାଜ୍ୟର କଂଗ୍ରେସ ନେତୃବର୍ଗଙ୍କୁ ସତ୍ୟାଗ୍ରହ ସମ୍ପର୍କରେ ଚିଠି ପଠାଇଛନ୍ତି । ଦେଶସାରା ଇଡି କାର୍ଯ୍ୟାଳୟଗୁଡିକ ସମ୍ମୁଖରେ ସତ୍ୟାଗ୍ରହ କରିବା ଲାଗି କୁହାଯାଇଛି ।
ରବିବାର ଦଳ ପକ୍ଷରୁ ସବୁ ରାଜ୍ୟ ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୁହାଯାଇଛି ଯେ ଇଡି ଯାଞ୍ଚ କରାଇ ମୋଦି ସରକାର ପ୍ରତିଶୋଧ ରାଜନୀତି ଚଳାଇବା ସହ ବିରୋଧୀ ନେତାମାନଙ୍କୁ ଡରାଇବା ଉଦ୍ୟମ କରୁଛନ୍ତି ।
ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଦଳର କୋଷାଧ୍ୟକ୍ଷ ପବନ ବଂଶଲଙ୍କୁ ମଧ୍ୟ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ ଜେରା କରାଯିବା ସହ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଦୁଇ ନେତାଙ୍କ ବୟାନ୍ ରେକର୍ଡ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ (ଏଜେଏଲ୍) ଆନୁକୂଲ୍ୟରେ ନ୍ୟାସନାଲ୍ ହେରାଲ୍ଡ ପ୍ରକାଶ କରାଯାଉଥିଲା । ଏହି ସମ୍ବାଦପତ୍ର ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ (ୱାଇଆଇଏଲ୍) ମାଲିକାନାରେ ଅଛି । ଖଡଗେ ୱାଇଆଇଏଲ୍ର ସିଇଓ ଥିବାବେଳେ ବଂଶଲ ଏଜେଏଲ୍ର ପରିଚାଳନା ନିଦେ୍ର୍ଦଶକ ଅଛନ୍ତି ।
ରାହୁଲଙ୍କୁ ଜୁନ୍ ୮ରେ ଇଡି ଯାଞ୍ଚରେ ସାମିଲ ହେବା ପାଇଁ ସମନ ଜାରି କରାଯାଇଥିଲା ।
ସେତେବେଳେ ସେ ବିଦେଶ ଗସ୍ତରେ ଥିବାରୁ ଜୁନ୍ ୧୩ରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ରେ ହାଜର ହେବା ଲାଗି କୁହାଯାଇଥିଲା । କିନ୍ତୁ ସୋନିଆ କରୋନା ସଂକ୍ରମିତ ହୋଇ ସାନି ତାରିଖ ମାଗିଥିଲେ । ଇଡି ତାଙ୍କୁ ଆସନ୍ତା ୨୩ରେ ପେସ୍ ହେବାକୁ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *