ସର୍ବନିମ୍ନ ପେନସନ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ପୋଲସରା (ଆପ୍ର): ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ମାସକୁ ୯ ହଜାର ଟଙ୍କା ପେନସନ ଦାବି କରି ରବିବାର ଉଠା ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ କରିଛନ୍ତି । ଉଠା ଜଳସେଚନ ବିଭାଗରେ ଚାକିରି କରି ଅବସର ଗ୍ରହଣ କରିଥିବା ପୋଲସରା ଅଞ୍ଚଳର କର୍ମଚାରୀମାନେ ସ୍ଥାନୀୟ ରତନି ଠାକୁରାଣୀ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ସବ୍ପୋଷ୍ଟ ଅଫିସ ଯାଇଥିଲେ । ସେଠାରେ ଅବସରପ୍ରାପ୍ତ କର୍ମଚାରୀମାନେ ମାସକୁ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ ଚିଠି ପଠାଇଛନ୍ତି ।
ଅଭିଯୋଗ ମୁତାବକ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜଳସେଚନ ପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଅବସର ନେବା ପରେ ସେମାନଙ୍କୁ ମାସିକ ମାତ୍ର ୭୦୦/୮୦୦ ଟଙ୍କା ପେନ୍ସନ ମିଳୁଛି । ବର୍ତ୍ତମାନର ମହଙ୍ଗା ଯୁଗରେ ଏତେ କମ୍ ପେନସନରେ ଚଳିବା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ । ଏଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଅନ୍ତତଃ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନସନ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି । ଏହି ପୋଷ୍ଟ କାର୍ଡ଼ ଅଭିଯାନରେ ପ୍ରଶାନ୍ତ କୁମାର ଶତପଥୀ ଗଞ୍ଜାମ ଜିଲ୍ଲା ଜେନେରୋଲ ସେକ୍ରେଟାରୀ , ଏ.ଗୋପୀନାଥ, ରବି ନାରାୟଣ ସାବତ ସହ ସମ୍ପାଦକ, ଶିବରାମ ବିଶ୍ୱାଳ, ପଦ୍ମନାଭ ସାହୁ, ବିଜୟ କୁମାର ସାମନ୍ତରା, ବିଜୟ କୁମାର ସାହୁ, ଘନଶ୍ୟାମ ପ୍ରଧାନ, ମୀନକେତନ ସାହୁ, ବାଉରିବନ୍ଧୁ ସାହୁ, ସରସ୍ୱତୀ ଦୋରା, ନୀଳମାଧବ ନାୟକ, ସଚ୍ଚିଦାନନ୍ଦ ବେହେରା, ମନୋଜ କୁମାର ସାବତ, ପ୍ରକାଶ ଚନ୍ଦ୍ର ନାୟକ, ଅଙ୍ଗତ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସୁରେନ୍ଦ୍ର ନାଥ ସାହୁ, ପ୍ରଫୁଲ ଚନ୍ଦ୍ର ଗୌଡ଼, ରଘୁନାଥ କୁଣ୍ଡ ଏବଂ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
