ନନ୍ଦନକାନନ ଶିଶୁ ଉଦ୍ୟାନରେ ଝୁଲୁଛି ତାଲା

ରଜରେ ପର୍ଯ୍ୟଟକ ହେବେ ନିରାଶ
ବାରଙ୍ଗ (ଆପ୍ର): ଓଡ଼ିଶାରେ ବାରମାସରେ ତେରପର୍ବ । ସେଥିମଧ୍ୟରୁ ରଜ ମହୋତ୍ସବ ହେଉଛି ଅନନ୍ୟ । ନନ୍ଦନକାନନରେ ପ୍ରତିବର୍ଷ ପହିଲି ରଜଠାରୁ ପର୍ଯ୍ୟଟକଙ୍କ ଗହଳି ଚହଳି ଲାଗିରହିଥାଏ । ସେଥିମଧ୍ୟରୁ ପର୍ଯ୍ୟଟନ ଋତୁ କେବଳ ନନ୍ଦନକାନନରେ ପହିଲି ରଜ ଠାରୁ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ପହିଲି ରଜ ମଙ୍ଗଳବାର ଦିନ ପଡ଼ୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ରଜରେ ସ୍କୁଲ ଓ କଲେଜ ଛୁଟି ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ । ସେଥିମଧ୍ୟରୁ କୁନି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଶିଶୁ ଉଦ୍ୟାନରେ ତାଲା ଝୁଲୁ ଥିବାରୁ ଶିଶୁ ପର୍ଯ୍ୟଟକ ସମ୍ପୂର୍ଣ୍ଣ ନିରାଶ ହେବେ । କୁନି ପର୍ଯ୍ୟଟକଙ୍କ ପାଇଁ ଶିଶୁ ଉଦ୍ୟାନରେ ଖସଡ଼ା, ଦୋଳି, ଚକ୍ରି, ଉଠୁବସ ଆଦି ଶିଶୁମାନଙ୍କୁ ଆନନ୍ଦ ଯୋଗାଇ ଦେଇଥାଏ ।
ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ କାର୍ତ୍ତୁୁପକ୍ଷ ଦୀର୍ଘ ଦୁଇବର୍ଷ ହେଲା ଶିଶୁ ଉଦ୍ୟାନରେ କୋଭିଡ ମହାମାରୀ ପାଇଁ ତାଲା ପକାଇ ଦେଇଥିଲେ । ଏପଟେ କୋଭିଡ ସଂକ୍ରମଣ ହ୍ରାସ ପାଇବାରୁ ୨୦୨୧ ମସିହା ଅକ୍ଟୋବର ପହିଲାରୁ ପର୍ଯ୍ୟଟଜଙ୍କ ପାଇଁ ନନ୍ଦନକାନନ ଖୋଲାଯାଇଥିଲା । ହେଲେ ଅକ୍ଟୋବର ମାସରୁ ଆଜି ପର୍ଯ୍ୟନ୍ତ ଶିଶୁ ଉଦ୍ୟାନକୁ ନ ଖୋଲିବା ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ନନ୍ଦନକାନନ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ କରୁଥିବାବେଳେ ଶିଶୁ ଉଦ୍ୟାନରେ ତାଲା ଝୁଲିବା ସମସ୍ତଙ୍କୁ ସନେ୍ଦହ ଘେରକୁ ଟାଣି ନେଇଛି । କିଛି ବର୍ଷ ପୂର୍ବେ ଶିଶୁମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ଲକ୍ଷାଧିକ ଟଙ୍କାର କାର୍ଯ୍ୟ କରାଯାଇଥିଲା । ହେଲେ ନିମ୍ନମାନର କାର୍ଯ୍ୟଯୋଗୁଁ ଶିଶୁ ଉଦ୍ୟାନର ସମସ୍ତ ଯନ୍ତ୍ରାଂଶ ଖରାପ ହୋଇଯିବାରୁ ବିପଦରେ ଅଛନ୍ତି ଶିଶୁ ପର୍ଯ୍ୟଟକ । ଶିଶୁ ଉଦ୍ୟାନରେ ତାଲା ଝୁକିବା ନେଇ ନନ୍ଦନକାନନ ଉପ ନିଦେ୍ର୍ଦଶକ ଡଃ ସଞ୍ଜିତ କୁମାରଙ୍କୁ ପ·ରିବାରୁ ସେ କହିଥିଲେ ଦୁଇମାସ କିମ୍ବା ଅଢେଇମାସ ପରେ ଶିଶୁ ଉଦ୍ୟାନ ଖୋଲାଯିବ । ଶିଶୁ ଉଦ୍ୟାନର ଅନେକ ଯନ୍ତ୍ରାଂଶ ଖରାପ ଥିବାରୁ ଏହାକୁ ରିପାରିଙ୍ଗ କାର୍ଯ୍ୟ କରାଯିବା ପରେ ଖୋଲାଯିବ । କିନ୍ତୁ ଚଳିତବର୍ଷ ରଜରେ କୁନି ପର୍ଯ୍ୟଟକ ନିରାଶ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *