ରାଜସ୍ଥାନ ଓ କର୍ଣ୍ଣାଟକରେ କଂଗ୍ରେସ, ବିଜେପିକୁ ୩-୩

ରାଜ୍ୟସଭା ନିର୍ବାଚନ
ନୂଆଦିଲ୍ଲୀ, ୧ଠା୬: ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ହରିଆନା ଏହି ୪ ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ହୋଇଥିଲା ମତଦାନ । ରାତି ୧୦ଟା ସୁଦ୍ଧା କେବଳ ରାଜସ୍ଥାନ ଓ କର୍ଣ୍ଣାଟକର ଫଳାଫଳ ଆସିଥିବାବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ଭୋଟିଂରେ ବିଭ୍ରାଟ ଅଭିଯୋଗ ଆଗତ କରାଯିବାରୁ ନିର୍ବାଚନ ଆୟୋଗ ଏହି ଦୁଇ ରାଜ୍ୟରେ ମତ ଗଣନା ସ୍ଥଗିତ ରଖିଛନ୍ତି ।
ରାଜସ୍ଥାନ ଓ କର୍ଣ୍ଣାଟକରେ ଯଥାକ୍ରମେ କଂଗ୍ରେସ ଓ ବିଜେପିକୁ ୩ଟି ଲେଖାଏଁ ଆସନ ମିଳିଛି । ରାଜସ୍ଥାନରେ କଂଗ୍ରେସ ପ୍ରାର୍ଥୀ ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀ ଏବଂ ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀ ବିଜୟୀ ହୋଇଛନ୍ତି । ବହୁ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ସୁଭାସ ଚନ୍ଦ୍ରା ହାରି ଯାଇଛନ୍ତି । ତାଙ୍କୁ ମିଳିଛି ମାତ୍ର ୩୦ ଭୋଟ୍ ।
କର୍ଣ୍ଣାଟକରେ କଂଗ୍ରେସ ପ୍ରାର୍ଥୀ ଜୟରାମ ରମେଶ ଜିତିଛନ୍ତି । ବିଜେପିର ୩ ବିଜୟୀ ପ୍ରାର୍ଥୀ ହେଲେ ନିର୍ମଳା ସୀତାରମଣ, ଜଗେଶ ଓ ଲହର ସିଂହ ।
ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ ଓ ତାମିଲନାଡୁର ୪୧ ସାଂସଦ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେପି, କଂଗ୍ରେସ, ଆପ୍, ରାଷ୍ଟ୍ରୀୟ ଲୋକଦଳ, ସମାଜବାଦୀ ପାର୍ଟି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଡିଏମ୍କେ, ଏଆଇଡିଏମ୍କେ ଓ ୱାଇ.ଏସ୍.ଆର୍ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ।
ଛତିଶଗଡରେ କ୍ଷମତାସୀନ କଂଗ୍ରେସ ପାର୍ଟିର ପ୍ରାର୍ଥୀ ରାଜୀବ ଶୁଳ୍କା ଓ ରଞ୍ଜିତ ରଞ୍ଜନ ନିର୍ବିରୋଧରେ ନିର୍ବାଚିତ ହୋଇଥିବା ଶୁକ୍ରବାର ଘୋଷଣା କରାଯାଇଛି । ସେହିପରି ବିହାରର ୫ ଆସନରେ ଜେଡିୟୁ, ବିଜେପି ଓ ଆର୍ଜେଡିର ପ୍ରାର୍ଥୀମାନେ ନିଦ୍ଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *