ଚୀନ୍ରେ ଗର୍ଭଧାରଣ ହେବ ବାଧ୍ୟତାମୂଳକ!

ନୂଆଦିଲ୍ଲୀ/ ବେଜିଂ (ଏଜେନ୍ସି): ଆଗାମୀ ଶତାବ୍ଦୀ ସୁଦ୍ଧା ସମଗ୍ର ବିଶ୍ୱର ଜନସଂଖ୍ୟା ଅନେକାଂଶରେ ହ୍ରାସ ପାଇବ । ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ବିଶ୍ୱସମୁଦାୟ ପାଇଁ ଏପ୍ରକାର ଏକ ବଡ଼ ଆଶ୍ୱସ୍ତିଜନକ ଖବର ସାମ୍ନାକୁ ଆସିଛି । ସମଗ୍ର ପୃଥିବୀ ପୃଷ୍ଠର ମୋଟ୍ ଜନସଂଖ୍ୟା ବର୍ତ୍ତମାନ ସମୟରେ ମୋଟ୍ ୭.୯ ଆରବ (୭ଠ୯ କୋଟି) ରହିଥିବା ବେଳେ ୨ଠ୬୪ ସୁଦ୍ଧା ଏହା ୯.୭ ଆରବ ଅର୍ଥାତ୍ ୯ଠ୭ କୋଟିରେ ପହଞ୍ଚôବ ବୋଲି ଆଶଙ୍କା କରାଯାଇଆସୁଛି । ତେବେ ଏହା ପର ଠାରୁ ବିଶ୍ୱବ୍ୟାପୀ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ୨ଠ୬୪ ପର ଠାରୁ ବିଶ୍ୱ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଯିବ ଏବଂ ୨୧ଠଠ ମସିହା ସୁଦ୍ଧା ଏହା ୮.୭୯ ଆରବରେ ସୀମିତ ହୋଇଯିବ । ଲାନ୍ସେଟ୍ ମେଡିକାଲ ଜର୍ଣ୍ଣାଲ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏପ୍ରକାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ଆଉ ଏକ ବଡ଼ ତଥ୍ୟ ମଧ୍ୟ ଉଜାଗର କରାଯାଇଛି । ଜନସଂଖ୍ୟା କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍ ୪ ରାଷ୍ଟ୍ର ଚୀନ୍, ଭାରତ, ଆମେରିକା ଏବଂ ପାକିସ୍ତାନରେ ଏହାର ଜବରଦସ୍ତ ପ୍ରଭାବ ପରିଲକ୍ଷିତ ହେବ । ଲାନ୍ସେଟ୍ ରିପୋର୍ଟ ଅନୁସାରେ ଚଳିତ ଶତାବ୍ଦୀର ଶେଷସୁଦ୍ଧା ଭାରତରେ ପ୍ରାୟ ୨୯କୋଟି ପର୍ଯ୍ୟନ୍ତ ଜନସଂଖ୍ୟା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି । ସେହିପରି ରିପୋର୍ଟରେ ଚୀନ୍ରେ ଏବେ ଦ୍ରୁତଗତିରେ ଲୋକମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହେଉଥିବା ଦର୍ଶାଯାଇଛି । ଯେଉଁ ହାରରେ ଚୀନ୍ରେ ଏବେ ବୃଦ୍ଧାବସ୍ଥା ବୃଦ୍ଧି ପାଇବାରେ ଲାଗିଛି, ୨୧ଠଠ ମସିହା ବେଳକୁ ଚୀନ୍ରେ ବର୍ତ୍ତମାନର ମୋଟ୍ ଜନସଂଖ୍ୟାର ପ୍ରାୟ ୫ଠ% ପର୍ଯ୍ୟନ୍ତ ମୃତୁ୍ୟବରଣ କରିସାରିଥିବେ । ବର୍ତ୍ତମାନ ଚୀନ୍ର ମୋଟ୍ ଜନସଂଖ୍ୟା ୧୪ଠ କୋଟି ରହିଥିବା ବେଳେ ୨୧ଠଠ ମସିହା ବେଳକୁ ଏହା ୬୬.୮ କୋଟି ହ୍ରାସ ପାଇ କେବଳ ୭୪ କୋଟିରେ ସୀମିତ ହୋଇଯାଇଥିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଚୀନ୍ର ଯୁବପୀଢ଼ି ବିବାହ ପ୍ରକ୍ରିୟା ଠାରୁ ମଧ୍ୟ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ଯଦି ବା ବିବାହ କରୁଛନ୍ତି ତେବେ ସେମାନେ ସନ୍ତାନସନ୍ତତିଙ୍କ ସଂଖ୍ୟା ସୀମିତ ରଖିବାକୁ ଚାହୁଁଛନ୍ତି, ଯାହାକି ପୂର୍ବରୁ ଚୀନ୍ରେ ଦେଖିବାକୁ ମିଳୁନଥିଲା । ଚୀନ୍ରେ ପରିସ୍ଥିତି ଏବେ ଏପରି ହୋଇଛି ଯେ, ଦେଶରେ ଜନ୍ମହାରକୁ ସୁଧାରିବା ପାଇଁ ଚୀନ୍ ସରକାର ବାଧ୍ୟତାମୂଳକ ଗର୍ଭଧାରଣ ନୀତି ଉପରେ ବିଚାର କରିବା ଆରମ୍ଭ କରିଛନ୍ତି । ଏହନୁସାରେ ଚୀନ୍ ନିଜ ଲୋକଙ୍କୁ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବାକୁ ପ୍ରୋତ୍ସାହିତ କରିବା କିମ୍ବା ସନ୍ତାନ ସଂଖ୍ୟା ୩ କରିବାକୁ ବାଧ୍ୟ କରିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଜାପାନ୍, ଇଟାଲୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଦକ୍ଷିଣ କୋରିଆ, ବ୍ରାଜିଲରେ ମଧ୍ୟ ଲିଙ୍ଗଗତ ସମାନତା, ମହିଳା ସ୍ୱାବଲମ୍ବୀ, ମହଙ୍ଗା ହାର ଯୋଗୁ ଏବେ ଦମ୍ପତିମାନେ ପରିବାର ବୃଦ୍ଧି କରିବାକୁ ଚାହୁଁନାହାନ୍ତି । ଆମେରିକା ତଥା ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକରେ ଏସବୁ କାରଣ ବ୍ୟତୀତ ଦ୍ରୁତ ସହରୀକରଣ, ମହିଳାଙ୍କ ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବା, କର୍ମକ୍ଷେତ୍ରରେ ବଢ଼ୁଥିବା ଚାପ, ପିଲାମାନଙ୍କ ଲାଳନପାଳନ ଠାରୁ ଆରମ୍ଭ କରି ସେମାନଙ୍କ ଶିକ୍ଷା ପାଇଁ ହେବାକୁ ଥିବା ମୋଟା ଅଙ୍କର ଖର୍ଚ୍ଚ ଆଦି ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଯୁବପୀଢ଼ିକୁ ବିମୁଖ କରୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ୬ଠ ଦଶକରେ ବିଶ୍ୱବ୍ୟାପୀ ଯେତେବେଳେ ଜଣେ ମହିଳା ୫.୨ ହାରରେ ସନ୍ତାନ ଜନ୍ମ କରୁଥିଲେ ବର୍ତ୍ତମାନ ସମୟରେ ଏହା ୨.୪କୁ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି । ୨୧ଠଠ ମସିହା ବେଳକୁ ଏହି ହାର ୧.୬୬କୁ ଖସିଆସିବ ବୋଲି ପୂର୍ବାନୁମାନ କରାଯାଉଛି । ଅର୍ଥାତ୍ ଏହି ସମୟ ସୁଦ୍ଧା ଜଣେ ମହିଳା କେବଳ ଗୋଟିଏ ସନ୍ତାନ ଜନ୍ମଦେବାକୁ ଇଚ୍ଛା ପ୍ରକାଶ କରିବେ । ଲାନସେଟ୍ ରିପୋର୍ଟ ଅନୁସାରେ ଏସିଆ ଭଳି ସମଗ୍ର ୟୁରୋପରେ ଜନସଂଖ୍ୟା ହ୍ରାସ ପାଇବା ପରିଲକ୍ଷିତ ହେବ । ତେବେ ଆଫ୍ରିକାରେ କିନ୍ତୁ ଜନସଂଖ୍ୟା ବୃଦ୍ଧି ପାଇବା ଜାରି ରହିବ । ନାଇଜେରିଆରେ ଏହି ସମୟ ସୁଦ୍ଧା ବର୍ତ୍ତମାନର ଜନସଂଖ୍ୟା ଅନୁପାତ ଆଧାରରେ ୫୮ କୋଟି ବୃଦ୍ଧି ପାଇବା ଅନୁମାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *