ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍ ବୋଟ୍ ‘ଗରୁଡ଼’
ବାଲୁଗାଁ (ଆପ୍ର): ଚିଲିକା ହ୍ରଦରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ସେବା ଗରୁଡ଼କୁ ଗୁରୁବାରଦିନ ବଡ଼କୁଳ ପାନ୍ଥନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ରେ ଉଦ୍ଘାଟନ କରିଛନ୍ତି ।
ଏହି ଉପଲକ୍ଷେ ବଡ଼କୁଳ ପାନ୍ଥନିବାସଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ବ୍ୟବସ୍ଥାରେ ଗରୁଡ଼କୁ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍ପି ସିଦ୍ଧାର୍ଥ କାଟାରିଆ, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ଆର୍ ଯାଦବ, ବିକାଶ ଇକୋ ରିସୋର୍ଟସର ପରି·ଳନା ନିଦେ୍ର୍ଦଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ବିକାଶ ଇକୋ ରିସୋର୍ଟସ ପ୍ରୟାସରେ ଗରୁଡ଼ ହାଉସ ବୋଟ୍ ସେବା ଆରମ୍ଭ ହୋଇଛି । ଯାହାକି ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଗରୁଡ଼ ବୋଟର ଲମ୍ବ ୧୦୫ ଫୁଟ ଏବଂ ଓସାର ୨୨ ଫୁଟ । ଚିଲିକାର ଜଳବାୟୁକୁ ଖାପ ଖ୍ୁଆଇ ଏହାକୁ ନିର୍ମାଣ କରାଯାଇଛି । ବୋଟର ତଳ ମହଲାରେ ଶୀତତାପ ନିୟନ୍ତ୍ରିତ ବାର ଓ ଲାଉଞ୍ଜ ଅଛି । ଏଠାରେ ଏକକାଳୀନ ୩୦ ଜଣ ଏକାଠି ହୋଇପାରିବେ । ବୋଟ୍କୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ୍ କରିପାରିବେ । ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ର ଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ । ବୋଟର ପ୍ରାଇଭେଟ ଲାଉଞ୍ଜରେ ·ରି ପ୍ରିମିୟମ ରୁମ୍ ଏବଂ ଦୁଇ ସୁଟ୍ ଅଛି ଯେଉଁଥିରେ ପର୍ଯ୍ୟଟକମାନେ ଚିଲିକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ।
ପର୍ଯ୍ୟଟକମାନେ ବେଳାଭୂମିରେ ସନବାଥ, ମସାଜ୍, କ୍ରୀଡ଼ା, ଗୀତ ନାଚ, ଡଲଫିନ ଓ ବିଦେଶୀ ପକ୍ଷୀ ଦେଖିପାରିବେ । ପର୍ଯ୍ୟଟକଙ୍କୁ ଗରୁଡ଼ ବୋଟ୍ର ମଜା ନେବା ପାଇଁ ୨୪ ଘଣ୍ଟାକୁ ୨୦-୨୫ ହଜାର ଟଙ୍କା ଦେବାକୁ ହେବ । ବୋଟ୍ରେ ଜୀବନରକ୍ଷାକାରୀ ଉପକରଣ ସମେତ ଜରୁରିକାଳୀନ ପରିସ୍ଥିତିରେ ସ୍ଥାନାନ୍ତର ନିମନ୍ତେ ବ୍ୟାକ୍ଅପ୍ ବୋଟ୍ ସହିତ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ମଧ୍ୟ ରହିଛି । ଗରୁଡ଼ ବୋଟ୍ର ମଜା ନେବା ପାଇଁ ଙ୍ଗଙ୍ଗଙ୍ଗ.ଙ୍ଖସଳବଗ୍ଦଷରମକ୍ଟକ୍ସରଗ୍ଦକ୍ଟକ୍ସଗ୍ଧଗ୍ଦ.ମକ୍ଟଜ୍ଞ ୱେବସାଇଟ୍ରୁ ଅନ୍ଲାଇନ ବୁକିଂ କରିବାକୁ ହେବ ଓ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।