୧ଠ ଟଙ୍କା ପାଇଁ ହତ୍ୟା

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ରାଜଧାନୀ ଦିଲ୍ଲୀ ଏବେ ସର୍ବାଧିକ ଅସୁରକ୍ଷିତ ହୋଇପଡ଼ିଛି । ସାମାନ୍ୟ ଘଟଣାରେ ଏଠାରେ ଜଘନ୍ୟ ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁୂଛି । ଏକ ସାମାନ୍ୟ ଘଟଣା ପାଇଁ ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଜଣେ ୧୭ବର୍ଷୀୟ ନାବାଳକକୁ ଅନ୍ୟ ୪ଜଣ ଯୁବକ ପ୍ରଥମେ ପ୍ରବଳ ମାଡ଼ ମାରିବା ପରେ ଛୁରୀ ଭୁଷି ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି ।
ପୁୂଲିସ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ୪ ଅଭିଯୁକ୍ତ ଯୁବକ, ରାସ୍ତାରେ ଯାଉଥିବା ନାବାଳକକୁ ସିଗାରେଟ୍ କିଣିବା ପାଇଁ ୧ଠ ଟଙ୍କା ମାଗିଥିଲେ । ମାତ୍ର ନାବାଳକ ସେମାନଙ୍କୁ ୧ଠ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇପଡି ୪ ଯୁବକ ପ୍ରଥମେ ତାଙ୍କୁ ମାଡ଼ିବସିଥିଲେ ଏବଂ ପ୍ରବଳ ମାଡ଼ ମାରିଥିଲେ । ପରେ ସେମାନେ ପାଖରେ ଥିବା ଏକ ଛୁରୀରେ ନାବାଳକଙ୍କ ପେଟକୁ ଭୁଷିଦେଇଥିଲେ । କେନ୍ଦ୍ରୀୟ ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ରବିବାର ଦିନ ଘଟିଥିବା ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୁଣିଥରେ ଦିଲ୍ଲୀରେ ଆଇନ୍ ଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଧବାର ପୁଲିସ ଏହି ଘଟଣାର ଦୋଷୀ ଥିବା ୪ଯୁବକଙ୍କୁ ଗିରଫ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି । ଗିରଫ ଯୁବକମାନେ ହେଲେ ପ୍ରବୀଣ, ଅଜୟ, ସୋନୁ କୁମାର ଓ ଯତୀନ୍ । ସମସ୍ତଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।
ଡିସିପି (ସେଣ୍ଟ୍ରାଲ) ଶ୍ୱେତା ଚୌହାନ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାମଜସ ସ୍କୁଲ ନିକଟ ଏଚ୍ଆର ରୋଡରେ ଜଣେ ନାବାଳକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଖବର ପୁଲିସ ପାଇଥିଲା । ପୁଲିସ୍ ଟିମ୍ ତୁରନ୍ତ ସେଠାରେ ପହଞ୍ଚô ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରରେ ଛୁରୀମାଡ଼ର କ୍ଷତ ଚିହ୍ନ ରହିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏହି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *