ରଣଜିତ ଆର୍ଆଇ ଅଫିସ୍ରେ ତାଲା

ନାମଜାରି ଉକ୍ରୋଚ ନ ଫେରାଇବାର ଫଳ
ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ତହସିଲ୍ ଅନ୍ତର୍ଗତ ରଣଜିତ ରାଜସ୍ୱ ସର୍କଲ ନିରୀକ୍ଷକ ବୁଧବାର ରଣଜିତରୁ ରିଲିଭ୍ ହୋଇଯାଇଛନ୍ତି । ମାତ୍ର ବିବାଦ ତାଙ୍କ ପିଛା ଛାଡୁନି । ନାମଜାରି କରିବା ପାଇଁ ଜନୈକ ଆବେଦନକାରୀଙ୍କ ଠାରୁ ୩୨ ହଜାର ଟଙ୍କା ନେଇ କାର୍ଯ୍ୟ କରି ନ ଥିଲେ ଆର୍ଆଇ ସଶ୍ମିତା ମହାପାତ୍ର । ବଦଳି ହୋଇଯାଉଥିବା ଖବର ପାଇ ଆର୍ଆଇଙ୍କୁ ସାକ୍ଷାତ କରିବାରୁ ଗତ ସୋମବାର ୧୦ ହଜାର ଟଙ୍କା ଫେରାଇ ଥିଲେ । ବୁଧବାର ରିଲିଭ୍ ହୋଇଯାଉଥିବା ଜାଣି ବାକି ୨୨ ହଜାର ଟଙ୍କା ଫେରସ୍ତ ପାଇଁ ବୁଧବାର ବ୍ୟକ୍ତି ଜଣକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ତହସିଲଦାର ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ସତ୍ୟ ଧଳ ପୁଲିସ ସହ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ତାଲା ଖୋଲାଯାଇଥିଲା । ଏ ସମ୍ପର୍କରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *