ବଡ଼ଦାଣ୍ଡରେ ରାପିଡ୍ ଆକ୍ସନ୍ ଫୋର୍ସର ମକ୍ ଡି୍ରଲ୍

ପୁରୀ (ବୁ୍ୟରୋ): ପାଖେଇ ଆସିଲାଣି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ଲାଗି ଯାତ୍ରା କରିବେ ବଡ଼ଦାଣ୍ଡରେ । ଆସନ୍ତା ୧୪ରେ ରଥଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଓ ପୁଲିସ ପ୍ରଶାସନ ତତ୍ପର ହୋଇପଡ଼ିଛି । ମହାମାରୀ କରୋନା ଲାଗି ଦୀର୍ଘ ୨ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସିଧାସଳଖ ସାମିଲ ହେବେ ଭକ୍ତ । ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ବଡ଼ ଚ୍ୟାଲେଞ୍ଜ । ତେଣୁ ବୁଧବାର ପୁଲିସ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାଶ୍ୱର୍ରେ ରାପିଡ୍ ଆକ୍ସନ ଫୋର୍ସ ମକ୍ ଡ୍ରିଲ୍ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ ଅର୍ଥାତ୍ ୨୪୦ ଜଣ ଯବାନ ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ କର୍ଡନ ଦାୟିତ୍ୱରେ ରହିବେ ଫୋର୍ସ । ତେଣୁ ଏହାକୁ କିଭଳି ଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେ ନେଇ ମକ୍ ଡ୍ରିଲ୍ କରାଯାଉଥିବା ନେଇ କହିଛନ୍ତି ଏସ୍ପି କନୱାର ବିଶାଲ ସିଂହ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *