ବାସହୀନଙ୍କୁ ଜମି ଯୋଗାଇବାକୁ ନିଦେ୍ର୍ଦଶ

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର (ବୁ୍ୟରୋ): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ନବନିଯୁକ୍ତ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସ୍ୱାଗତ କରାଯାଇଥିଲା । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହାପରେ ଦାଖଲ ଖାରଜ, ଘରବାଡ଼ି ପଟ୍ଟା, ସାର୍ଟିଫିକେଟ ସେବା, ରେଜିଷ୍ଟ୍ରେସନ ସେବା, ଲଘୁ ଖଣିଜ ସମ୍ପଦର ପରିଚାଳନା, ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କ ଥଇଥାନ, ହାଇ-ଟେକ ସର୍ଭେ, ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ କାର୍ମିକ ପରିଚାଳନା ଆଦି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ନିବନ୍ଧନ କାର୍ଯ୍ୟାଳୟରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏକ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର ପ୍ରଚଳନ କରାଯାଉଥିବାର ସୂଚନା ଦିଆଯାଇଥିଲା । ରାଜସ୍ୱ ମନ୍ତ୍ରୀ ବସୁନ୍ଧରା ମାଧ୍ୟମରେ ସମସ୍ତ ବାସହୀନ ଲୋକଙ୍କୁ ତୁରନ୍ତ ବାସଯୋଗ୍ୟ ଜମି ଯୋଗାଇଦେବାକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ହୀରାକୁଦ ବନ୍ଧର ବିସ୍ଥାପିତଙ୍କ ସମସ୍ୟାକୁ ସମାଧାନ କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଲଘୁ ଖଣିଜ ସମ୍ପଦର ବିଲୁପ୍ତି ପରେ ସେହି ଉତ୍ସକୁ ସମତୁଲ କରି ବୃକ୍ଷରୋପଣ କରିବାକୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଓଡିଶାର ସୁନ୍ଦରଗଡ ତଥା ଅନ୍ୟ ଜିଲ୍ଲା ମାନଙ୍କରେ ତ୍ୱରିତ ପଦକ୍ଷେପ ନେଇ ହାଇ-ଟେକ ସର୍ଭେ ସମ୍ପୂର୍ଣ କରିବାକୁ ନିଦେ୍ର୍ଦଶ ଦେଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *