ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି

ଭାରତ-ଦ. ଆଫ୍ରିକା ବାରବାଟୀ ଟି-୨୦
କଟକ, ୮ ।୬ (ବୁୂ୍ୟରୋ): ଆଉ କିଛି ଦିନର ଅପେକ୍ଷା ପରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ରବିବାର ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି କ୍ରିକେଟ୍ପ୍ରେମୀ । ମ୍ୟାଚ୍ ପାଇଁ ଅନ୍ଲାଇନ୍ ଟିକେଟ୍ ବିକ୍ରି ପରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା ଅଫ୍ଲାଇନ୍ ଟିକେଟ୍ ବିକ୍ରି । ଦୁଇ ଦିନ ଧରି ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁୂଲ୍, କଲେଜ୍ ଓ କ୍ଲବ୍ ଇତ୍ୟାଦିକୁ ୮,୦୦୦ ଟିକେଟ୍ ବିକ୍ରି କରାଯାଇଛି । ଗୁରୁବାର ଓ ଶୁକ୍ରବାର ୧୨ଟି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ସେଥିମଧ୍ୟରୁ ମହିଳାଙ୍କ ପାଇଁ ୨ଟି କାଉଣ୍ଟର କରାଯାଇଛି । ମୋଟ୍ ୧୨,୦୯୩ ଟିକେଟ୍ ବିକ୍ରି ପାଇଁ ଉପଲବ୍ଧ ହେବ । ସେଥିମଧ୍ୟରେ ୧,୩୬୨ ଉଚ୍ଚ ମୂଲ୍ୟର ଟିକେଟ୍ ଓ ୧୦,୭୩୧ ଗ୍ୟାଲେରୀ ଟିକେଟ୍ ରହିଛି ବୋଲି ଓସିଏ ପକ୍ଷରୁୁ ସୂଚନା ମିଳିଛି ।
ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଟିକେଟ୍ କଳାବଜାରୀ ଉପରେ ନଜର ରଖାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି । ଗୁରୁବାର ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି ପ୍ରିକ୍ରିୟା । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ଓସିଏ । ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଛି । ଦର୍ଶକ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟିକେଟ୍ କିଣିପାରିବେ ସେଥିପାଇଁ ୧୨ଟି କାଉଣ୍ଟର ହୋଇଛି ।
ଗ୍ୟାଲେରୀ ଅନୁଯାୟୀ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗ୍ୟାଲେରୀ ୧, ୩, ୫ ପାଇଁ ଟିକେଟ୍ ମୂଲ୍ୟ ରହିଛି ୯୦୦ ଟଙ୍କା । ସେହିପରି ଗ୍ୟାଲେରୀ ୨-୪ ପାଇଁ ଟିକେଟ୍ ମୂଲ୍ୟ ୭୦୦ ଟଙ୍କା, ଗ୍ୟାଲେରୀ ୭ ପାଇଁ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା, ଗ୍ୟାଲେରୀ ୬ ପାଇଁ ଟିକେଟ୍ ମୂଲ୍ୟ ୩୦୦ ଟଙ୍କା ରହିଛି । ସ୍ପେଶାଲ୍ ଏନକ୍ଲୋଜର୍ ଟିକେଟ୍ ମୂଲ୍ୟ ୫୦୦୦ ଟଙ୍କା, ଏସି ବକ୍ସ ଟିକେଟ୍ ମୂଲ୍ୟ ୭୦୦୦ ଟଙ୍କା, ନିଉ ପାଭିଲିଅନ୍ ଟିକେଟ୍ ମୂଲ୍ୟ ୧୨ ହଜାର ଟଙ୍କା ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *