ଦୁର୍ଘଟଣାରେ ଗଲା ଦୁହିଁଙ୍କ ଜୀବନ

ହସ୍ପିଟାଲ୍ ଯାଉଥିଲେ ବାପ-ପୁଅ
ବେଗୁନିଆ / ବୋଲଗଡ଼ (ଆପ୍ର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ୫୭ନଂ ଜାତୀୟ ରାଜପଥରେ ଟିକାତାଳ ଓ ଚକାପାଦ ମଧ୍ୟସ୍ଥଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ – ପୁଅ ପ୍ରାଣ ହରାଇଛନ୍ତି । ପରିବାରବର୍ଗଙ୍କ ଇଚ୍ଛା ଅନୁଯାୟୀ ଉଭୟଙ୍କ ଚକ୍ଷୁଦାନ କରାଯାଇଛି ।
ବୋଲଗଡ଼ ସଦର ଗଡ଼ ଭିତରସାହିର ମଧୁ ସୂଦନ ଦାସ (୫୭) ଓ ତାଙ୍କ ବାଡ଼ପୁଅ କ୍ଷୀରୋଦ କୁମାର ଦାସ (୨୮) ଓରଫ ଦାସିଆ ବୁଧବାର ଦିନ ୯ଟାରେ ଚିକିତ୍ସା ନିମିତ୍ତ ଭୁବନେଶ୍ୱର ଯାଉଥିବା ସମୟରେ ଟିକାତାଳ-ଚକାପାଦ ଛକ ନିକଟ ଏକ ଢାବା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା କାର ((ଓଡି ୦୨ ସି ୪୮୪୮) ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ମଧୁସୂଦନଙ୍କ ମୃତୁ୍ୟ ହୋଇଥିଲା ଓ ସଙ୍କଟାପନ୍ନ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ନିଆଯିବା ବାଟରେ କ୍ଷୀରୋଦଙ୍କ ମୃତୁ୍ୟ ଘଟିଥିଲା ।
ଏତେ ଯୋର୍ରେ ଧକ୍କା ହୋଇଥିଲା ଯେ ମଧୁଙ୍କ ଡାହାଣ ଗୋଡ଼ ଓ କ୍ଷୀରୋଦଙ୍କ ଡାହାଣ ହାତ ସଂପୂର୍ଣ୍ଣ ଅଲଗା ହେବା ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିଛାଡ଼ି ହୋଇ ପଡ଼ିଥିଲା । ବୁଲେଟ୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।
ଦୁହିଁଙ୍କ ଶବ ଜିଲ୍ଲା ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ବାପ ପୁଅଙ୍କ ଚକ୍ଷୁ ସଂଗ୍ରହ କରାଯାଇଛି । ଶବ ସକ୍ରାର ସମୟରେ ଗାଁ ମଶାଣି ଲୋକାରଣ୍ୟରେ ପରିଣତ ହୋଇଥିଲା । ଏହି ଖବର ବୋଲଗଡ଼ ଓ ବେଗୁନିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାରକୁ ବେଗୁନିଆ ପୁଲିସ ଜବତ କରିବା ସହିତ ଡ୍ରାଇଭର୍ ଶୁକଦେବ ଦାଶଙ୍କୁ ଅଟକ ରଖାଯାଇଥିବା ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *