୩ଠ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର (ବୁ୍ୟରୋ): ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବା ନେଇ ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ କୁମାର ସିଂ ଓ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ବୁଧବାର ଭୋର ଆମ୍ବଗଡ ଠାରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ଉକରି ବିପୁଳ ପରିମାଣର ଗଞ୍ଜେଇ ଜବତ ଚରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶର ସଲମତ୍ ସାହା(୩୫) । ସୂଚନାଯୋଗ୍ୟ ଯେ, ଅବକାରୀ ଗୁଇନ୍ଦା ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଏକ ଟିମ୍ ବଡ଼ ବଜାର ଥାନା ଅଧୀନ ଆମ୍ବଗଡ ମୁଖ୍ୟରାସ୍ତାରେ ଗାଡି ଯାଞ୍ଚ କରୁଥିବା ବେଳେ ଦିଗପହଣ୍ଡିରୁ ଆସୁଥିବା ଏକ ଟ୍ରକ୍କୁ ଯାଞ୍ଚ କରିଥିଲେ । ଟ୍ରକ୍ରୁ ୨୧୭କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ଲକ୍ଷ ୫୫ହଜାର ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜେଇ ଗଜପତିରୁ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିଲା ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଏ ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଟ୍ରକ୍କୁ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରା ସୂଚନା ଦେଇଛନ୍ତି ।