ନକ୍ସଲଙ୍କ ହାତରେ ହଟ୍ଲାଇନ୍
ନୂଆଦିଲ୍ଲୀ: ୭ା୬: ନକ୍ସଲ୍ମାନଙ୍କ କାର୍ଯ୍ୟଶୈଳୀରେ ଏକ ନୂଆ ଟ୍ରେଣ୍ଡ୍ ସୁରକ୍ଷାବାହିନୀ ନଜରକୁ ଆସିଛି । ଘନଜଙ୍ଗଲ ମଧ୍ୟରେ ସୂଚନା ପହଞ୍ଚାଇବା ପାଇଁ ଖବରୀମାନଙ୍କୁ ଆଉ ସାଇକେଲରେ ଯିବାକୁ ପଡ଼ୁନାହିଁ । ସେମାନଙ୍କ ପାଖରେ ‘ହଟ୍ଲାଇନ୍’ ସୁବିଧା ଅଛି । ଓୟାର୍ଲେସ୍ ସେଟ୍ ନେଇ ସେମାନେ ଉଚ୍ଚ ଗଛ ଉପରକୁ ଚଢ଼ିଯାଉଛନ୍ତି ଏବଂ ସେହିଠାରୁ ‘ମୋବାଇଲ୍ ଆମ୍ବୁ୍ୟସ୍’ ବ୍ୟବସ୍ଥା କରୁଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ତଥା ରାଜ୍ୟ ପୁଲିସ୍ ବାହିନୀ ଯବାନମାନଙ୍କୁ ନକ୍ସଲ୍ମାନେ ଦେଶୀ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (ବିଜିଏଲ୍) ସାହାଯ୍ୟରେ ଆକ୍ରମଣ କରୁଛନ୍ତି । ଆଣ୍ଟି ପର୍ସନାଲ୍ ଆଇଇଡି ଓ ଫକ୍ସ୍ ସୋହଲ୍ ଜରିଆରେ ମଧ୍ୟ ସେମାନେ ଜବାନ୍ମାନଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।
ନକ୍ସଲ୍ ଦମନରେ ନିୟୋଜିତ ସିଆର୍ପିଏଫ୍ ଏହି ନୂଆ ଟ୍ରେଣ୍ଡ୍ ସମ୍ପର୍କରେ ଅବଗତ, କିନ୍ତୁ ଯେଉଁ ହାରରେ ବିଜିଏଲ୍ ପ୍ରସ୍ତୁତ ହେଉଛି ଆଗାମୀ ଦିନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୁଲିସ୍ ପାଇଁ ଏହା ବିପଦ ସଂକେତ ବୋଲି କୁହାଯାଉଛି ।
ସିଆର୍ପିଏଫ୍ ପକ୍ଷରୁ ହୋଇଥିବା ବିଭିନ୍ନ ଅପରେସନ୍ର ନେତୃତ୍ୱ ନେଇଥିବା ଜଣେ ଅଧିକାରୀ କହିଛନ୍ତି, ମାଓବାଦୀମାନେ ଆଜିକାଲି ଅତ୍ୟାଧୁନିକ ଯୁଦ୍ଧ ପ୍ରଯୁକ୍ତିର ପ୍ରୟୋଗ କରୁଛନ୍ତି । ପୂର୍ବେ ସେମାନେ ପାରମ୍ପରିକ ପଦ୍ଧତିରେ ଆମ୍ବୁ୍ୟସ୍ କରୁଥିଲେ । ଏଥିପାଇଁ ଅନେକ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରାଯାଉଥିଲା । ସୁରକ୍ଷା ବାହିନୀର ଟିମ୍ ଯେଉଁ ରାସ୍ତାରେ ଯିବେ, ସେ ସମ୍ବନ୍ଧୀୟ ସୂଚନା ସେମାନେ ପାଇଯାଉଥିଲେ । ଯବାନମାନେ ପହଞ୍ଚôଯିବା ମାତ୍ରେ ଆରମ୍ଭ ହେଉଥିଲା ଆମ୍ବୁ୍ୟସ୍ । ପ୍ରାୟ ୨୦ ବର୍ଷ ପୂର୍ବେ ମାଓବାଦୀଙ୍କ ପାଖରେ ଯୋଗାଯୋଗର ବିକଶିତ ସାଧନ ନଥିଲା । ସେମାନେ ସୂଚନା ପହଞ୍ଚôବା ପାଇଁ ସାଇକେଲ୍ ବ୍ୟବହାର କରୁଥିଲେ । ଆମ୍ବୁ୍ୟସ୍ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହେଲେ ‘ଖବରୀ’ ମାଧ୍ୟମରେ ସାଇକେଲ୍ ଯୋଗେ ବିଭିନ୍ନ କ୍ୟାମ୍ପକୁ ସେମାନେ ବାର୍ତ୍ତା ପଠାଉଥିଲେ । ଆଜିକାଲିର ନୂଆ ଟେଣ୍ଡ୍ ଅନୁଯାୟୀ ଆମ୍ବୁ୍ୟସ୍ ତରିକା ବଦଳିଯାଇଛି । ବର୍ତ୍ତମାନ ସମୟରେ ସେମାନେ ‘ମୋବାଇଲ୍ ଆମ୍ବୁ୍ୟସ୍’ କରୁଛନ୍ତି । ସଞ୍ଚାରର ସବୁପ୍ରକାର ସଂସାଧନ ସେମାନଙ୍କ ପାଖରେ ଉପଲବ୍ଧ । ସୁରକ୍ଷା ବାହିନୀର ଲୋକେସନ୍, କେଉଁ ରୁଟ୍ରେ ଯବାନମାନେ ଆସୁଛନ୍ତି ଇତ୍ୟାଦି ବିଷୟ ଖବରୀ ସେମାନଙ୍କୁ ଜଣାଇଦେଉଛି । ଏହାଦ୍ୱାରା ବଡ଼ ସହଜରେ ବା କମ୍ ସମୟ ଭିତରେ ନକ୍ସଲ୍ମାନେ ମୋବାଇଲ୍ ଆମ୍ବୁ୍ୟସ୍ର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଏପରିକି ଯବାନମାନେ ମାତ୍ର ୨ କିଲୋମିଟର ଦୂରରେ ଥିଲେ ମଧ୍ୟ ଓୟାର୍ଲେସ୍ ଜରିଆରେ ଖବରୀ ଖବର ଦେବାମାତ୍ରେ ମୋବାଇଲ୍ ଆମ୍ବୁ୍ୟସ୍ର ସ୍ଥାନ ସେମାନେ ବଦଳେଇ ଅବିଳମ୍ବେ ଆଇଇଡି ଖଞ୍ଜି ଦେଉଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ‘ମିନପା’ ଏବଂ ଅନ୍ୟଏକ ସ୍ଥାନରେ ଏହିଭଳି ଆମ୍ବୁସ୍ କରାଯାଇଛି ।
ମାଓବାଦୀମାନେ ନିଜ କୋର୍ ଏରିଆରେ ହିଁ ଆକ୍ରମଣ ଯୋଜନା କରୁଛନ୍ତି । ଆଖପାଖ ଗାଁରେ ଥିବା ଖବରୀମାନଙ୍କୁ ଓୟାର୍ଲେସ୍ ସେଟ୍ ଯୋଗାଇଦିଆଯାଉଅଛି । ସେହି ସେଟ୍କୁ ଖବରୀ ବ୍ୟାଗ୍ରେ ରଖି ସୁରକ୍ଷା ବାହିନୀର ଯାତାୟାତ ସୂଚନା କ୍ୟାମ୍ପ୍କୁ ଜଣାଇଦେଉଛି । ଆଜିକାଲି ମାଓବାଦୀମାନେ ନିଜେ ଆଇଇଡି ପ୍ରସ୍ତୁତ କରୁଛନ୍ତି । ମଲ୍ଟିପଲ୍ ଆଇଇଡିକୁ ‘ଡେଜି ଚେନ୍’ ରୂପେ ସେମାନେ ପ୍ରୟୋଗ କରୁଛନ୍ତି । ଦେଶୀ ବିଜିଏଲ୍ ପାଇଁ କୋର୍ ଏରିଆଗୁଡ଼ିକରେ ଫାକ୍ଟ୍ରି ଖୋଲାଯାଇଛି । ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚôପାରୁନଥିବାରୁ ନିର୍ଭୟରେ ସେମାନେ ଫାକ୍ଟ୍ରି ଚଳାଇଛନ୍ତି । ଅବଶ୍ୟ ସେମାନଙ୍କୁ ଉନ୍ନତ ଧରଣର ଆର୍ଡିଏକ୍ସ/ପିଇଟିଏନ୍ ସହଜରେ ମିଳୁନାହିଁ । କମ୍ କ୍ଷମତାର ବିସ୍ଫୋଟକ ଯଥା ପୋଟାସିୟମ, ଚାରକୋଲ୍, ଅର୍ଗାନିକ୍ ସଲ୍ଫାଇଡ୍, ନାଇଟ୍ରେଟ୍ ଓ ବ୍ଲାକ୍ ପାଉଡ଼ର ଆଦିରେ ସେମାନେ ପ୍ରେସର୍ ବୋମା ଓ ଟିଫିନ୍ ବୋମା ତିଆରି କରୁଛନ୍ତି । ମାଇନିଂ ସାଇଟ୍ରେ ଜିଲେଟିନ୍ ଷ୍ଟିକ୍ ବ୍ୟବହୃତ ହୋଇଥାଏ । ସେଠାରେ ମାଓବାଦୀମାନେ ଚଢ଼ଉ କରି ଜିଲେଟିନ୍ ଷ୍ଟିକ୍ ଉଠାଇ ନେଉଛନ୍ତି । ତା’ ସାହାଯ୍ୟରେ ତିଆରି ହେଉଛି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଭି), ଟିଫିନ୍ ବୋମା ଓ ପ୍ରେସର୍ ବୋମା । ଏଥିପାଇଁ ମାଓବାଦୀଙ୍କ ପାଖରେ ଅଛି କଣ୍ଟେନର, କେମିକାଲ୍, ଡିଟୋନେଟର, ଇନିସିଏଟର, ଓୟାର ଇତ୍ୟାଦି । ଡିଟୋନେଟର ପାଇଁ ସେମାନେ ହାଇ ବ୍ୟାଟେରୀ ସେଲ୍ର ଉପଯୋଗ କରୁଛନ୍ତି ।
ଆଜିକାଲି ସ୍ପେଶାଲ ଡିଟୋନେଟର ମଧ୍ୟ ସେମାନେ ପାଇଲେଣି । ଏ ପ୍ରକାର ଡିଟୋନେଟର ପାଇଁ ସେମାନେ ୩/୪ଟି ସେଲ୍ ଯୋଡୁଛନ୍ତି । ବ୍ଲାଷ୍ଟ ପାଇଁ ମୋବାଇଲ ଫୋନ୍ ଓ କର୍ଡଲେସ୍ ଫୋନ୍ ବ୍ୟବହାର କରାଯାଉଛି ।