ଗରିବଙ୍କ ପେଟକୁ ନାତ: ଭାଙ୍ଗିଲା ଦୋକାନ ଘର

କଣ୍ଟାପଡ଼ା (ଆପ୍ର): କଣ୍ଟାପଡ଼ା ତହସିଲ୍ ଅଧୀନସ୍ଥ ଓଲଟପୁରସ୍ଥିତ ଜାତୀୟ ଦିବ୍ୟାଙ୍ଗ ଅନୁଷ୍ଠାନ, ସ୍ୱାମୀ ବିବେକାନନ୍ଦ ପ୍ରଶିକ୍ଷଣ ଓ ଥଇଥାନ ସଂସ୍ଥା (ଏସ୍ସିଭି ନିର୍ତାର୍) ଯିବାକୁ ରାସ୍ତା କଡ଼ରେ ଗରିବ ଲୋକମାନେ ପେଟପାଟି ନିମନ୍ତେ କରିଥିବା ଦୋକାନ ଘରକୁ ହଠାତ୍ ଜିଲ୍ଲାପାଳ ନିଆଳି ଗ୍ରସ୍ତରେ ଆସିଥିବା ସମୟରେ ଆଜି ଉକ୍ତ ଦୋକାନ ଘରଗୁଡ଼ିକୁ ଭାଙ୍ଗି ଦେଇଛନ୍ତି । ଗରିବଙ୍କ ପେଟକୁ ନାତ ମାରିଥିବା ବେଳେ ଏଠାରୁ ମାତ୍ର ୫ କିମି ଦୂରରେ ଅଡ଼ଶପୁର ପଞ୍ଚାୟତ ସଳେଇ ଗ୍ରାମରେ ପ୍ରାଚୀ ନଦୀରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ପ୍ରାଚୀ ନଦୀରୁ ଶହ ଶହ ଟି୍ରପ୍ ମାଟି ଉଠାଇ ଗାଁ ଶ୍ମଶାନ ସରକାରୀ ଜାଗାରେ ୩୦ ଫୁଟ୍ ଚଉଡ଼ାର ୨୦୦ମି ଲମ୍ବା ୧୦ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟକାୟ ରାସ୍ତା ନିର୍ମାଣ ହେଉଛି । ଏହି ରାସ୍ତାକୁ ନେଇ ପ୍ରାଚୀପ୍ରଜ୍ଞା ପରିଷଦ ତରଫରୁ କଣ୍ଟାପଡ଼ା ତହସିଲ୍ଦାର ମୀତାଞ୍ଜଳୀ ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ତହସିଲ୍ଦାର ଉକ୍ତ ରାସ୍ତା କାମକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ଗଣମାଧ୍ୟମକୁ କହିଥିବାବେଳେ କାମ କିନ୍ତୁ ବାସ୍ତବରେ ବନ୍ଦ ହୋଇନାହିଁ । ସଂପୃକ୍ତ ବ୍ୟକ୍ତିଜଣକ ବେଧଡ଼କ ଭାବେ ଉକ୍ତ କାମକୁ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟେକ ଦିନ ଉତ୍ତେଜନା ଲାଗି ରହୁଛି । ଏହି ବ୍ୟକ୍ତି ଜଣକ ପ୍ରଭାବଶାଳୀ ହୋଇଥିବାରୁ ଏହା ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଥିବାବେଳେ ସାଧାରଣ ଗରିବ ଲୋକଟିଏ ନିଜ ପେଟ ପୋଶିବା ପାଇଁ ରାସ୍ତାକଡ଼ରେ ଦୋକାନ ଘରଟି କରି ବସିଥିବାବେଳେ ଏହାକୁ ହଠାତ୍ ଭାଙ୍ଗି ରୁଜି ଚୁର୍ମାର୍ କରିଦିଆଯାଉଛି । ଏହି ଉଚ୍ଛେଦ ସମୟରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା, ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, କଣ୍ଟାପଡ଼ା ବିଡିଓ ସନ୍ତୋଷ ପତି, ତହସିଲ୍ଦାର ମୀତାଞ୍ଜଳୀ ଦାସ, ଓଲଟପୁର ଥାନା ଆଇଆଇସି ବିଜୟା ସାହୁ ଓ ବହୁ ପୁଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *