୫୩୧ କୋଟିର ଅଣୁ ସେଚ ଆକ୍ସନ୍ ପ୍ଲାନ୍
ଫଳ, ପନିପରିବା ଉତ୍ପାଦନ ବଢ଼ାଇବାକୁ ମୁଖ୍ୟ ସଚିବଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର (ବୁ୍ୟରୋ): ୨ଠ୨୨-୨୩ ବର୍ଷ ପାଇଁ ପ୍ରାୟ ୫୩୧ କୋଟି ଟଙ୍କାର ଅଣୁ ଜଳସେଚନ ଆକ୍ସନ୍ ପ୍ଲାନ୍କୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନୁମୋଦନ ଦେଇଛନ୍ତି । ପନିପରିବା, ଡାଲି, ତୈଳବୀଜ, ନଡ଼ିଆ, ଫଳ ପ୍ରଜାତିର ଚାରାରୋପଣ, ମାଇକ୍ରୋ ଜଳସେଚନ ସ୍ପ୍ରିଙ୍କଲର ସହ ମଧ୍ୟମ ଜମି, ଡି୍ରପ୍ ଏଚ୍ଡିପିଇ ପାଇପ୍ ଏବଂ ଜଳସେଚନର ପମ୍ପ୍ ସେଟ୍ ପଦ୍ଧତି ଆଦିର ପ୍ରୋତ୍ସାହନରେ ଏହି ପାଣ୍ଠି ବିନିଯୋଗ ହେବ ।
ମିଳିଥିବା ସୂଚନାନୁସାରେ, ୨ଠ୨୧-୨୨ ବର୍ଷରେ ସ୍ପ୍ରିଙ୍କଲର ଏବଂ ଡ୍ରିପ୍ ମେଥଡ୍ର ପ୍ରୋତ୍ସାହନ ଲାଗି ୬୨ କୋଟି ଟଙ୍କା ବିନିଯୋଗ ହୋଇଥିଲା । ଏହାଫଳରେ ଜଳସେଚନ ଅଧୀନକୁ ୩୧,୩ଠ୮ ହେକ୍ଟର ମଧ୍ୟମ ଏବଂ ଉଚ୍ଚ ଜମି ଅଣାଯାଇପାରିଥିଲା । ଚାଷୀଙ୍କ ମଧ୍ୟରେ ସ୍ପ୍ରିଙ୍କଲର ଜଳସେଚନ ବେଶ୍ ଆଦୃତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଣୁ ଜଳସେଚନ ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକ ବସିଥିଲା । ଆଭ୍ୟନ୍ତରୀଣ ମାର୍କେଟ୍ ଚାହିଦାର ମୁକାବିଲା ପାଇଁ ରାଜ୍ୟରେ ଫଳ ଓ ପନିପରିବା ଉତ୍ପାଦନ ବୃଦ୍ଧି କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା ପିଏମ୍କେଏସ୍ୱାଇ ଅଧୀନରେ ଅଣୁ ଜଳସେଚନ ସମ୍ପର୍କୀତ ସମସ୍ୟା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ରାଜ୍ୟରେ ଆମ୍ବ, ଅମୃତଭଣ୍ଡା, ପିଜୁଳି, ଲେମ୍ବୁ, ପିଆଜ, ଟମାଟୋ ଆଦି ଫଳ ଓ ପନିପରିବାର ଆବଶ୍ୟକତା ଏବଂ ଚାହିଦା ଉପରେ ଏକ ବିସ୍ତୃତ ଅଧ୍ୟୟନ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ଆକ୍ସନ୍ ପ୍ଲାନ୍ ଜରିଆରେ ଏହି ଶସ୍ୟଗୁଡ଼ିକର ଉତ୍ପାଦନ ବଢ଼ାଇବାକୁ ସେ ଉଦ୍ୟାନ କୃଷି ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ବୋର୍ୱେଲ, ଡିପ୍-ୱେଲ୍ ଏବଂ ମାଇନର ଇରିଗେସନ୍ ପଏଣ୍ଟଗୁଡ଼ିକ ନିକଟରେ ଜମି ଥିବା ଚାଷୀଙ୍କ ମଧ୍ୟରେ ସ୍ପ୍ରିଙ୍କଲର, ଡି୍ରପ୍ ଏବଂ ଏଚ୍ଡିପିଇ ପାଇପ୍ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ମହାପାତ୍ର ଉଦ୍ୟାନ କୃଷି ନିଦେ୍ର୍ଦଶାଳୟକୁ ନିଦେ୍ର୍ଦଶ ଦେଇଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ସଞ୍ଜୀବ ଚଢ଼ା ଜଣାଇଥିଲେ ଯେ ମୁଖ୍ୟ ସଚିବଙ୍କ ପୂର୍ବନିଦେ୍ର୍ଦଶ ମତେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ଯାଜପୁର ଏବଂ ନୟାଗଡ଼ ଆଦି ଜିଲ୍ଲାରେ କଦଳୀ, ପିଜୁଳି ଏବଂ ଅମୃତଭଣ୍ଡାର ପ୍ରୋତ୍ସାହନ ପାଇଁ ପଦକ୍ଷେପ ନିଆଯାଇଥିଲା । ୨ଠ୨୧-୨୨ରେ ଉକ୍ତ ଜିଲ୍ଲାଗୁଡ଼ିକର ପ୍ରାୟ ୧ଠ୧୫ ହେକ୍ଟରରେ ଏହା ହୋଇଥିଲାବେଳେ ଏବର୍ଷ ୧୨୬ଠରୁ ଅଧିକ ହେକ୍ଟରରେ ଏହାର ପ୍ରୋତ୍ସାହନ ଲାଗି ଲକ୍ଷ୍ୟ ରହିଛି । ଏହି ବୈଠକରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।