ଋଣ ପ୍ରଦାନରେ ବ୍ୟାଙ୍କ ଅସହଯୋଗ ନେଇ ଅସନ୍ତୋଷ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ୧୨ ବର୍ଷରୁ ୧୭ ବର୍ଷ ବୟସ ପିଲାମାନଙ୍କୁ କୋଭିଡ୍ ଟିକାକରଣ, କରୋନା ପରୀକ୍ଷା ବୃଦ୍ଧି ସହିତ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା ସହିତ ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ୫-ଟି ଅଧୀନରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀମାନେ ଅପପୁଷ୍ଟିରେ ଶିକାର ଓ ପାଠପଢାରେ ଦୁର୍ବଳ ହୋଇଥିବା ଶିଶୁଙ୍କୁ ପୋଷ୍ୟ ଭାବରେ ଗ୍ରହଣକରି ସେମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ପାଠପଢା ଛାଡି ବିଦ୍ୟାଳୟକୁ ଆସୁନଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦ୍ୟାଳୟ ଆଣିବାକୁ କହିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀ ଏବଂ ବିଧବା ମହିଳାଙ୍କୁ ଯଥାଶୀଘ୍ର ସେମାନଙ୍କର ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଜିଲ୍ଳାପାଳ କହିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ବିଡିଓ, ତହସିଲଦାର ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣିକରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ଆସନ୍ତା ୧୦ ଏବଂ ୧୧ ତାରିଖ ଠାରେ ସଦେଇବେରେଣୀ ଠାରେ ହେବାକୁଥିବା ହସ୍ତଶିଳ୍ପ ମହୋତ୍ସବରେ ୧୦ ତାରିଖ ସକାଳ ୮ଟା ସମୟରେ ଏକ ମଶାଲ ଶୋଭାଯାତ୍ରା ସପ୍ତଶଯ୍ୟାଠାରୁ ବାହାରି ସଦେଇବେରେଣୀ ଠାରେ ପହଞ୍ଚିବ ।
ମଶାଲ ଶୋଭାଯାତ୍ରାରେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ । ମହୋତ୍ସବରେ ମିଶନ ଶକ୍ତି, ଡୋକ୍ରା ଓଏସ୍ଏସ୍ଜି ଗ୍ରୁପ ଗୁଡିକର ଷ୍ଟଲ ଗୁଡିକୁ ପ୍ରାଧାନ୍ୟ ଦେବା ସହିତ ମହୋତ୍ସବରେ ସମ୍ମାନିତ କରିବା ପାଇଁ ଦେଶ ଏବଂ ରାଜ୍ୟରେ ନାମ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟକରି ପ୍ରତି ବ୍ଲକରୁ ୨ ଜଣଙ୍କ ନାମ ମହୋତ୍ସବ କମିଟିକୁ ପ୍ରେରଣ କରିବାକୁ କହିଥିଲେ । ଜାତୀୟକରଣ ବ୍ୟାଙ୍କଗୁଡିକ ଜନସାଧାରଣଙ୍କୁ କୃଷି, ମାଛଚାଷ, କୁକୁଡା ପାଳନ ପାଇଁ ଋଣ ପ୍ରଦାନ କରୁନଥିବାରୁ ଜିଲ୍ଳାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ନୂତନ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୫-ଟି କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅମୃତ ସରୋବର କାର୍ଯ୍ୟ ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଡିଓ ମାନଙ୍କୁ ପରାମର୍ଶଦେଇଛନ୍ତି । ରାଜସ୍ୱ ଏବଂ ବନେ୍ଦାବସ୍ତ ବିଭାଗର ଅତିରିକ୍ତ ଜିଲ୍ଲାପାଳ କଲେଜଗୁଡିକୁ ଜମି ପଟ୍ଟା ବଣ୍ଟନ ଏବଂ ଜମିଜମା ସମ୍ବନ୍ଧୀୟ ମକଦ୍ଦମା ଗୁଡିକୁ ଶିଘ୍ର ଫଏସଲା କରିବା ପାଇଁ ପରାମର୍ଶ ଦେଇଥିଲେ । କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ପ୍ରିକ୍ସନ କୋଭିଡ ଟୀକା ନେବା ପାଇ ଁଆଗେଇ ଆସିବାକୁ ଓ କୋଭିଡ ଗାଇଡଲାଇନର ଅନୁପାଳନ କରିବାକୁ ସଡିଏମ୍ଓ ଅଶୋକ କୁମାରଦାଶ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ନିଷ୍ଠାପର ଭାବରେ ଉଚିତ ସେବା ଯୋଗାଇଦେବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ମାନେ କୋଭିଡ ଟେଷ୍ଟିଂ ଏବଂ ଟୀକାକରଣକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଏହି ଭିଡିଓ କନଫରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଉଦୟ କୁମାର ମହାପାତ୍ର ଓ ରମେଶ ଚନ୍ଦ୍ର ସେଠୀ, ଡିଆଡିଓ ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଡିପିଏମ ଏନ୍ଏଚ୍ଏମ ସୋନାଲି ପ୍ରୀୟଦର୍ଶିନୀ, ପୌରନିର୍ବାହୀ ଅତନୁ କୁମାର ସାମନ୍ତ, ତହସିଲଦାର ଅନୁପମା ମୁର୍ମୁ, ଡିଇଓ ନିବେଦିତାପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ସାହୁ, ଡିଏସଏସଓ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଅପାତ୍ତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ପ୍ରମୁଖ ଯୋଗଦେଇଥିଲେ ।