ବାରବାଟୀରେ ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ
କିଣିଲେ ପ୍ରଥମ ଟିକେଟ୍
ଭୁବନେଶ୍ୱର,୬ା୬(ବୁ୍ୟରୋ): ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍ କିଣିଛନ୍ତି । ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ପ୍ରଦାନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ, ଏଚ୍ଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ସୁବ୍ୟବସ୍ଥିତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ଓସିଏ ସମ୍ପାଦକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ ।