ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ

ଭୁବନେଶ୍ୱର, ୬ା୬ (ବୁ୍ୟରୋ): ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ଘଟିଛି । ସୋମବାର ରାତିରେ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିପାରୁଥିବା ଦୂରଗାମୀ ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ନିକଟ ଏପିଜେ ଅବ୍ଦୁଲ କଲାମ ଦ୍ୱୀପରୁ ରାତି ପ୍ରାୟ ୭.୪୫ରେ ଅଗ୍ନି-୪ର ପରୀକ୍ଷଣ କରାଯାଇଛି । ଏହା ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏହା ଅଗ୍ନି-୪ର ନିୟମିତ ପରୀକ୍ଷଣ । ଅଗ୍ନି-୪ ର ଲକ୍ଷ୍ୟଭେଦୀ କ୍ଷମତା ୩୫ଶହରୁ ୪ହଜାରେ କିମି । ଏହାର ଲମ୍ବ ୨୦ ମିଟର ଏବଂ ୧ ଟନ୍ ଯୁଦ୍ଧାସ୍ତ୍ର ପରିବହନ କରି ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଡିଆର୍ଡିଓ ଦ୍ୱାରା ବିକଶିତ ଗତବର୍ଷ ଅଗ୍ନି ପ୍ରାଇମ ମିଜାଇଲ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରାଯାଇଥିଲା । ଅଗ୍ନି-୨ର ରାତ୍ରିକାଳୀନ ପରୀକ୍ଷଣ ସପଳ ହୋଇଥିବା ବେଳେ ଏହି ସିରିଜ ୪ର୍ଥ ଭର୍ସନର ପରୀକ୍ଷା ମଧ୍ୟ ସଫଳ ହୋଇଛି । ପରରୀକ୍ଷଣ ସଫଳ ହେବା ପରେ ଡିିଆର୍ଡିଓ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *