ବିଦୁ୍ୟତ ସେବାରୁ ବଞ୍ଚିତ ବାଲିଗଣ୍ଡାବାସୀ
ଠିକାଦାର-ବିଦୁ୍ୟତ୍ କର୍ମଚାରୀଙ୍କ ମଧୂଚନ୍ଦ୍ରିକା
ମୋହନା (ଆପ୍ର): କେନ୍ଦ୍ର ସରକାର ଦିନଦୟାଲ ଉପାଧ୍ୟାୟ ଯୋଜନାରେ ଦୁର୍ଗମ ଅଞ୍ଚଳକୁ ଆଲୋକ ସଂଯୋଗବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସେହିଭଳି ରାଜ୍ୟ ସରକାର ମଧ୍ୟ ଗାଁ ଠାରୁ ସହର କେହି ଅନ୍ଧାରରେ ରହିବେ ନାହିଁ ବୋଲି ମାଗଣା ବିଦୁ୍ୟତ ସେବା ଯୋଗାଉଛନ୍ତି । ହେଲେ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି ଦୁର୍ଗମ ଅଞ୍ଚଳର ଅଧିବାସୀ ।
ମୋହନା ବ୍ଲକ୍ର କଟାମା ପଞ୍ଚାୟତ ବାଲିଗଣ୍ଡା ଗ୍ରାମରେ ବାସ କରନ୍ତି ୪୦ପରିବାରର ଏକ ହଜାରରୁ ଊଦ୍ଧ୍ୱର୍ ଲୋକେ । ଗ୍ରାମକୁ ପୂର୍ବରୁ ୪ଶହ ୪୦ଭୋଲ୍ଟର ବିଦୁ୍ୟତ ସଂଯୋଗ କରାଯାଇଥିଲା । ଯାହାକି ଛାତ୍ର ଛାତ୍ରୀଙ୍କ ପାଠ ପଢିବାରେ ବାଧା ସୃଷ୍ଟି ହେବା ସହ ଅନେକ ଆବଶ୍ୟକ କାମ ହୋଇପାରୁନଥିଲା । ବହୁବାର ଲୋକେ ଲିଖିତ ଅଭିଯୋଗ ଦେବା ପରେ ଗ୍ରାମକୁ ୧୧କେଭି ବିଦୁ୍ୟତ ସଂଯୋଗ ପାଇଁ ଅନୁମତି ମିଳିଥିଲା । ହେଲେ ଠିକା ସଂସ୍ଥାର ଠିକାଦାର ଆବେଦନ ପତ୍ର କରିଦେବା ନାଁ ରେ ଘର ପିଛା ୫ଶହ ଟଙ୍କା ଚାନ୍ଦା କରି ନେଇଥିଲେ । କିଛି ମାସ ପରେ ଠିକା ସଂସ୍ଥା ପକ୍ଷରୁ ଟଙ୍କା ନେଇ କାମ ଆରମ୍ଭ ହୋଇଥିଲା । କିନ୍ତୁ ପୁଣି ଅଡ଼ବା ଅଞ୍ଚଳରୁ ବିଦୁ୍ୟତ ତାର, ଟ୍ରାନ୍ସଫର୍ମର ଆଣିବାକୁ ଗ୍ରାମବାସୀଙ୍କୁ କହିଥିଲେ । ଗ୍ରାମବାସୀ ପୁଣି ଚାନ୍ଦା କରି ଗାଡ଼ି ଭଡ଼ା କରି ଅଡ଼ବାରୁ ସାମଗ୍ରୀ ନେବା ସହ ଠିକା ସଂସ୍ଥାର ଶ୍ରମିକଙ୍କ ଖାଇବା ପିଇବା ଖର୍ଚ୍ଚ ମଧ୍ୟ ଗ୍ରାମବାସୀ ବହନ କରିଥିଲେ । ବର୍ଷେ କାମ କରିବା ପାରେ ଗତ ନଭେମ୍ବର ମାସରେ ରିବନ୍ କାଟି ଉଦ୍ଘାଟନ କରିଥିଲା ଠିକା ସଂସ୍ଥା । କିନ୍ତୁ ଅଦ୍ୟାବଧି ଟ୍ରାନ୍ସଫର୍ମର ଚାର୍ଜ ହେଉନି । ବିଦୁ୍ୟତ୍ ସଂଯୋଗ ପାଇଁ ଜନୈକ ବିଭାଗୀୟ କର୍ମଚାରୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ନ ଦେବାରୁ ଏ ପର୍ଯ୍ୟନ୍ତ ବିଦୁ୍ୟତ ସଂଯୋଗ ହୋଇପାରିନି । ଏ ନେଇ ସଂପୃକ୍ତ କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବତନ ଯନ୍ତ୍ରୀ ଟଙ୍କା ମାଗିବାକୁ କହିଥିବା କହିଛନ୍ତି ।
ଏ ନେଇ ଅଡବା ନୂତନ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ତଦନ୍ତ କରି ବିଦୁ୍ୟତ ସଂଯୋଗ କରାଯିବ । ତିନି ଦିନ ମଧ୍ୟରେ ବିଦୁ୍ୟତ ସଂଯୋଗ ନ ହେଲେ ଅଡବା ବିଦୁ୍ୟତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଏଭଳି ମଧୂଚନ୍ଦ୍ରିକା ଚାଲିଲେ କିଭଳି ସରକାରୀ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।