ନୂଆ ଟିମ୍କୁ ନବୀନଙ୍କ ୬-ଟି ମନ୍ତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସବୁ ମନ୍ତ୍ରୀ
ଭୁବନେଶ୍ୱର,୫ା୬(ବୁ୍ୟରୋ): ଏଣିକି ୫-ଟି ବଦଳରେ ୬-ଟିରେ କାମ କରିବେ ନୂଆ ମନ୍ତ୍ରୀ । ନୂଆମନ୍ତ୍ରୀଙ୍କ ପାଇଁ ଯୋଡି ହେଲା ଆଉ ଏକ ଟି-ଟୁର୍ । ପୂର୍ବର ଟି ମନ୍ତ୍ର ସହ ଏହାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ଅପରାହ୍ନରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ୬-ଟି ମନ୍ତ୍ର ଦେଇଥିଲେ ।
ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଜିଲ୍ଲା ଓ ବ୍ଲକସ୍ତରକୁ ଯାଇ ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବେ ।
ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଲୋକଙ୍କ ବିକାଶ ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ ଏବଂ ସେହି ଅନୁଯାୟୀ ସରକାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାର୍ଯ୍ୟ କରିବା ସହ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ତାଗିଦ୍ କରିଦେଇଥିଲେ । ନୂଆ ସହଯୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରାୟ ୧ ଘଣ୍ଟା ୩୫ ମିନିଟ୍ କାଟିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପୂର୍ବରୁ ସରକାରରେ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରାଯାଇଛି । ଏହାଫଳରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି । ଟ୍ରାନ୍ସପରେନ୍ସି, ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌, ଟ୍ରାନ୍ସଫରମେସନ୍ ପରେ ମନ୍ତ୍ରୀମାନଙ୍କ ପାଇଁ ଏବେ ଯୋଡ଼ି ହୋଇଛି ଟୁର୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *