୫୫ ବଲିଉଡ୍ ଷ୍ଟାର୍ ସଂକ୍ରମିତ

ମୁମ୍ବାଇ, ୫ା୬: ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ୪ ମାସ ପରେ ଗତ ୨୪ ଘଣ୍ଟାରେ ୯୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ରୋଗୀଙ୍କ ମୃତୁ୍ୟ ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇନାହିଁ । ମହାନଗରୀରେ ସକି୍ରୟ ମାମଲା ସଂଖ୍ୟା ୪୮୮୦କୁ ବୃଦ୍ଧି ପାଇଛି । ୪ ଦିନ ପୂର୍ବେ ୭୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ତା’ ପରଠୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହି କାରଣରୁ ମୁମ୍ବାଇରେ ଚତୁର୍ଥ ଲହର ଆରମ୍ଭ ହୋଇଥିବା କୁହାଯାଉଛି ।
ବଲିଉଡ୍ର ଜଣାଶୁଣା ନିଦେ୍ର୍ଦଶକ କରଣ ଜୋହର ନିକଟରେ ତାଙ୍କ ୫୦ତମ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ୍ ପାର୍ଟି ଆୟୋଜନ କରିଥିଲେ । ସେଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ଷ୍ଟାର୍ ଯୋଗ ଦେଇଥିଲେ । ଏହି ପାର୍ଟିକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, କରଣଙ୍କ ପାର୍ଟିରେ କରୋନା ବିସ୍ଫୋରଣ ହୋଇଥିଲା ଯେଉଁ କାରଣରୁ ଅତିକମ୍ରେ ୫୫ଜଣ ସେଲିବ୍ରିଟି କୋଭିଡ୍-୧୯ରେ ପୀଡ଼ିତ ହୋଇଛନ୍ତି ।
କରଣଙ୍କ ପାର୍ଟିରେ ସଲମାନ ଖାନ୍, ଶାହରୁଖ ଖାନ୍, ଅନନ୍ୟା ପାଣ୍ଡେ, ବିକ୍କି କୌଶଲ, କଟ୍ରିନା କୈଫ୍, ରଣବୀର ସିଂହ, ରଣବୀର କପୁର, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ସାରା ଅଲୀ ଖାନ୍, ବରୁଣ ଧୱନ, ମଲାଇକା ଅରୋଡ଼ା, କରୀନା କପୁର, କିୟାରା ଆଡଭାନୀ, ହି୍ରତିକ୍ ରୋଶନ୍ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୫୫ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିକଟରେ ଅକ୍ଷୟ କୁମାର ସଂକ୍ରମିତ ହୋଇଥିଲେ । ତାଙ୍କ ପରେ ଶନିବାର ଆଦିତ୍ୟ ରାୟ କପୁର ଓ ଶାହରୁଖ କରୋନା କବଳରେ ପଡ଼ିଥିବା ଖବର ଆସିଥିଲା । ରବିବାର ସଲମାନ ଓ କଟ୍ରିନା ସଂକ୍ରମିତ ହୋଇଛନ୍ତି । ଏପରିକି କରଣଙ୍କ ଗ୍ରାଣ୍ଡ୍ ପାର୍ଟିରେ ଯୋଗ ଦେଇ ନ ଥିବା କାର୍ତ୍ତିକ ଆରିୟନଙ୍କ ପର୍ଯ୍ୟନ୍ତ ଭାଇରସ୍ ପହଞ୍ଚôଛି । ବାର୍ଥଡେ ପାର୍ଟିରେ ଉପସ୍ଥିତ ଜଣେ ଅଭିନେତ୍ରୀଙ୍କ ସହ କାର୍ତ୍ତିକ ତାଙ୍କ ଫିଲ୍ମର ପ୍ରମୋଶନ କରି ନିଜେ ସଂକ୍ରମିତ ହୋଇଛନ୍ତି ।
କରଣ ଜୋହରଙ୍କ ପାର୍ଟିରେ ଯୋଗ ଦେବା ପରେ ଅନେକ ଷ୍ଟାର୍ ଆଇଫା ୨୦୨୨ ଅଭିମୁଖେ ଯାତ୍ରା କରିଛନ୍ତି । ସେମାନେ ଏବେ ଉପସ୍ଥିତ ଅଛନ୍ତି । ଅବୁ ଧାବୀର ୟଶ୍ ଦ୍ୱୀପରେ ଚାଲିଥିବା ଏହି ଇଭେଣ୍ଟକୁ ସଲମାନ, ମନୀଷ ପଲ ଓ ରିତେଶ ଦେଶମୁଖ ପୋଷ୍ଟ କରୁଛନ୍ତି । ରଣବୀର ସିଂହ, ସାରା ଅଲୀ ଖାନ୍, ବରୁଣ ଧୱନ, ଅନନ୍ୟା ପାଣ୍ଡେ, ଦିବ୍ୟା ଖୋସଲା କୁମାର ଓ ନୋରା ଫତେ ହିଁ ଆଇଫା ୨୦୨୨ରେ ପର୍ଫମ୍ କରିବେ । ଏହି ଇଭେଣ୍ଟରେ କରୋନା ବ୍ଲାଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *