ଦୃଷ୍ଟି ଆଢ଼ୁଆଳରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ସୂତ୍ରଧର
ନୂଆଦିଲ୍ଲୀ (ଏଜେନ୍ସି): ୫ ଜୁନ୍ । ଲୋକନାୟକ ଜୟପ୍ରକାଶ ନାରାୟଣ (ଜେପି)ଙ୍କ ସମ୍ପୂର୍ଣ୍ଣ କ୍ରାନ୍ତିର ଦିନ । ପାଟନାର ଗାନ୍ଧୀ ମୈଦାନରୁ ଏହି କ୍ରାନ୍ତି ଧାରାର ଶୁୂଭାରମ୍ଭ ହୋଇଥିବା ବେଳେ ଦେଶର ରାଜନୀତିର ଦିଗ ପରିବର୍ତ୍ତନ କରିଦେଇଥିଲା । ବିହାର ଏବଂ ଉତ୍ତରପ୍ରଦେଶରେ ଏହି ଆନେ୍ଦାଳନ ମାଧ୍ୟମରେ ଅନେକ ନେତା ଦେଶର ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏପରିକି କେନ୍ଦ୍ରମନ୍ତ୍ରୀ ମଧ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତାଙ୍କ ନାମ ଧରି ଅନେକ ନେତା ନିର୍ବାଚନରେ ବିଜୟୀ ହୋଇଛନ୍ତି । କିନ୍ତୁ ଦୀର୍ଘ ୪୮ବର୍ଷ ପରେ ବି ଜେପି ନିଜ ଗ୍ରାମରେ ହିଁ ଅପରିଚିତ ହୋଇ ରହିଯାଇଛନ୍ତି । ସରକାରୀ ଦସ୍ତାବିଜ୍ରେ ଆଜି ବି ତାଙ୍କ ଗ୍ରାମର ନାମ କୋଡରହା ନୌ ବରାର ଭାବେ ଉଲ୍ଲେଖ ରହିଛି । ଆଜି ବି ଏହି ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ବିଜୁଳି ଆସିଛି ସତ କିନ୍ତୁ ୨୪ଘଣ୍ଟା ମଧ୍ୟରୁ କେତେ ସମୟ ବିଜୁଳି ମିଳୁଛି ତାହା କହିବା କଷ୍ଟସାପେକ୍ଷ ।
ସୂଚନାଯୋଗ୍ୟ ୧୧ ଅକ୍ଟୋବର ୧୯ଠ୨ରେ ଜନ୍ମଗ୍ରହଣ କରିଥିବା ଜୟ ପ୍ରକାଶ ନାରାୟଣ ପରବର୍ତ୍ତୀ ସମୟରେ ଜଣେ ଲୋକନାୟକ ସାଜିପାରିଥିଲେ । ଅକ୍ଟୋବର ୮ ୧୯୭୯ରେ ଅର୍ଥାତ୍ ୭୬ ବର୍ଷ ବୟସରେ ଏହି ମହାନ୍ ନେତାଙ୍କ ସ୍ୱର୍ଗାରୋହଣ ହୋଇଥିଲା । କଂଗ୍ରେସରେ ଥିବା ସତ୍ତ୍ୱେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ କଂଗ୍ରେସ ସରକାର ବିରୋଧରେ ସେ ସର୍ବପ୍ରଥମେ ମୁହଁ ଖୋଲିଥିଲେ ଏବଂ ଦେଶରେ ସମ୍ପୂର୍ଣ୍ଣ କ୍ରାନ୍ତିର ନାରା ଦେଇଥିଲେ । ତାଙ୍କ ଆହ୍ୱାନ କ୍ରମେ ଦେଶରେ ରାଜନୈତିକ ପରିବର୍ତ୍ତନର ଆଭାସ ମିଳିବା ଆରମ୍ଭ ହୋଇଥିଲା ।
ଭୋଜପୁର (ଆରା) ଏବଂ ଛପରା ଠାରୁ ୩ଠ କିମି ଦୂର ଜୟ ପ୍ରକାଶ ନାରାୟଣଙ୍କ ଏହି ଗ୍ରାମ ଅବସ୍ଥିତ । ଅର୍ଥାତ୍ ଉତ୍ତରପ୍ରଦେଶ-ବିହାର ସୀମାରେଖାରେ ଏହି ଗ୍ରାମର ଭୌଗୋଳିକ ସ୍ଥିତି ରହିଥିଲେ ମଧ୍ୟ ଉଭୟ ରାଜ୍ୟ ପକ୍ଷରୁ ଏହି ଗ୍ରାମର ବିକାଶ ପାଇଁ କୌଣସି ପ୍ରୟାସ କରାଯାଇନାହିଁ । ବିଶେଷକରି ଏହି ଅଞ୍ଚଳ ଉପରେ ବିହାର ସରକାର ନିଜ ଦବଦବା ମାତ୍ରାଧିକ ଜାହିର କରିଆସୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଗାଁକୁ ଏକ ପକ୍କା ସଡ଼କ ନିର୍ମାଣ କରିପାରିଲେ ନାହିଁ । କେବଳ ସଡ଼କ କାହିଁକି, ପିଇବା ପାଣି, ବିଜୁଳି, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଭଳି ମୌଳିକ ସୁବିଧାରୁ ମଧ୍ୟ ଏହି ଗାଁର ଗ୍ରାମବାସୀମାନେ ବଞ୍ଚôତ ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଦେଶର ଏତେ ବଡ଼ ଜଣେ ଜନନାୟକଙ୍କ ନାମରେ ଗ୍ରାମର ନାମକରଣ ହୋଇପାରିଲାନି ।