ବାଲ୍ୟ ବିବାହ ରୋକିବାକୁ ୪ ଲକ୍ଷ ଲୋକ ନେଲେ ଶପଥ

ମାଲକାନଗିରି (ଆପ୍ର): ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ୫୦ ଦିନିଆ କାର୍ଯ୍ୟକ୍ରମ ମାର୍ଚ୍ଚ ୨୯ରୁ ଚାଲିଥିଲା । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦେଶକ୍ରମେ ସାମୂହିକ ଶପଥପାଠ ଆୟୋଜିତ ହୋଇଥିଲା । ଏଥିରେ ଏକକାଳୀନ ୪ ଲକ୍ଷ ଲୋକ ଶପଥ ପାଠ କରିବା ଏକ ରେକର୍ଡ ବୋଲି କୁହାଯାଇଛି ।
ଏହି ଅବସରରେ ଗ୍ରାମସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାକରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସମସ୍ତ ଗ୍ରାମରେ ଶପଥ ପାଠ କରା ଯାଇଥିଲା । ଜିଲ୍ଲାର ସମସ୍ତ ୧୩୨୦ ଅଙ୍ଗନବାଡି କେନ୍ଦ୍ର, ସମସ୍ତ ୧୧୧ ଗ୍ରାମପଞ୍ଚାୟତ, ୭ ପଞ୍ଚାୟତ ସମିତି, ୭ତହସିଲ, ୧୧ ପୁଲିସ କାର୍ଯ୍ୟାଳୟ, ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟରେ ଶପଥ ପାଠ କରାଯାଇଥିଲା । ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଜନସାଧାରଣ, କର୍ମ·ରୀମାନଙ୍କୁ ଶପଥପାଠ କରାଇଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ବିଲୋପ କରିବା ଓ ସମସ୍ତ କିଶୋର କିଶୋରୀଙ୍କୁ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଶପଥପାଠ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *