ଝାଡ଼ଖଣ୍ଡରେ ୬୯% ଚାଷଜମି ଅନୁର୍ବର

ରାଞ୍ଚô (ଏଜେନ୍ସି): ଝାଡ଼ଖଣ୍ଡ ଚାଷୀଙ୍କ ପାଇଁ ଏକ ଅତ୍ୟନ୍ତ ଉଦ୍ବେଗଜନକ ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟର ମୋଟ୍ ଚାଷ ଜମିର ୬୯% ଚାଷଜମି ବର୍ତ୍ତମାନ ସମୟ ସୁଦ୍ଧା ଉର୍ବରତା ହରାଇସାରିଥିବା ତଥା ହରାଇବାକୁ ଯାଉଥିବା ସମ୍ପର୍କରେ ଏହି ରିପୋର୍ଟ ଦର୍ଶାଇଛି । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ ବା କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ ବିଭାଗ (ସିଏସ୍ଇ) ପକ୍ଷରୁ ଜାରି କରାଯାଇଥିବା ଏପ୍ରକାର ଏକ ରିପୋର୍ଟକୁ ନେଇ ଏବେ କେବଳ ଝାଡଖଣ୍ଡ ନୁହେଁ ବରଂ ଦେଶର ଅନ୍ୟ କୃଷିବହୁଳ ରାଜ୍ୟ ପାଇଁ ମଧ୍ୟ ଚିନ୍ତା ବଢ଼ାଇଦେଇଛି ।
ରିପୋର୍ଟ ଅନୁସାରେ ଝାଡଖଣ୍ଡରେ ଥିବା ମୋଟ୍ ଚାଷଜମି ମଧ୍ୟରୁ ୬୯% ଚାଷଜମି ଏବେ ଚାଷ ଉପଯୋଗୀ ହୋଇ ରହିନାହିଁ । ଏସବୁ ଅନୁର୍ବର ହୋଇପଡିଛନ୍ତି । ତେବେ ଚାଷଜମିଗୁଡ଼ିକ ଉର୍ବରତା ହରାଇବାକୁ ନେଇ ପରିବେଶବିତ୍ଙ୍କ ସମେତ ମୃତ୍ତିକା ବିଶେଷଜ୍ଞମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । ଅନ୍ୟପକ୍ଷେ ଏପ୍ରକାରେ ରିପୋର୍ଟ ରାଜ୍ୟ କୃଷି ଏବଂ କୃଷକଙ୍କ ପାଇଁ ଏହା ଏକ ବଡ଼ ଅଶୁଭ ସଂକେତ ଭାବେ ଉଭା ହୋଇଛି । ଝାଡ଼ଖଣ୍ଡ ଏକ କୃଷି ପ୍ରଧାନ ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ଏବେ ଏଥିରେ ବୃହତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ଚାଷଜମିର ମାନ ଧୀରେ ଧୀରେ ହ୍ରାସ ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି । ସିଏସ୍ଇ ପକ୍ଷରୁ ଭୂମିର ମାନ ନିର୍ଦ୍ଧାରଣ ପାଇଁ କରାଯାଇଥିବା ଏହି ଗବେଷଣାରୁ ଝାଡ଼ଖଣ୍ଡ ମାଟି ଦ୍ରୁତଗତିରେ ଉର୍ବରତା ହରାଉଥିବା ସ୍ପଷ୍ଟ ହୋଇଛି ।
ପ୍ରକାଶଯୋଗ୍ୟ, ଦେଶର ମୋଟ୍ ଚାଷଜମିର ୩ଠ% ଅର୍ଥାତ୍ ୯୭ ମିଲିଅନ୍ ହେକ୍ଟର ଜମି ବର୍ତ୍ତମାନ ସୁଦ୍ଧା ଅନୁର୍ବର (ଚାଷ ପାଇଁ ଅନୁପଯୁକ୍ତ) ଘୋଷିତ ହୋଇସାରିଛି । ଅନୁନ୍ନତ ଚାଷ ଜମି କ୍ଷେତ୍ରରେ ରାଜସ୍ଥାନ ଦେଶର ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି । ସେହିପରି ଗୁଜରାଟ, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର, ଏବଂ କର୍ଣ୍ଣାଟକ ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେବେ ବର୍ତ୍ତମାନର ସର୍ଭେ ରିପୋର୍ଟ ଆଧାରରେ ପ୍ରଥମ ୩ ରାଜ୍ୟ ମଧ୍ୟରେ ଝାଡଖଣ୍ଡ ସ୍ଥାନ ପାଇଛି । ଝାଡ଼ଖଣ୍ଡରେ ଅନୁନ୍ନତ ଜମି ପରିମାଣ ଏବେ ୬୯% ରେ ପହଞ୍ଚôଛି, ଯାହାକି ରାଜ୍ୟର କୃଷି ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ ପାଲଟିଛି ।
ସେହିପରି ଯଦି ସମଗ୍ର ଦେଶର ଚାଷଜମି ସମ୍ପର୍କରେ ଆଲୋଚନା କରାଯାଏ, ତେବେ ବର୍ତ୍ତମାନ ସମୟ ସୁଦ୍ଧା ଦେଶର ପ୍ରାୟ ୩ଠ% ଚାଷଜମି ଅନୁର୍ବର (ଉତ୍ପାଦନ ସାମର୍ଥ୍ୟ ହ୍ରାସ ପାଇବା) ଘୋଷିତ ହେବା ସ୍ତରରେ ପହଞ୍ଚôଥିବା ସର୍ଭେ ରିପୋର୍ଟ ଦର୍ଶାଇଛି । ତେବେ ଚାଷଜମି ଏପ୍ରକାର ଉର୍ବରତା ହରାଇବା ଦେଶର ଚାଷ, ଚାଷୀ ତଥା ଚାଷ ବ୍ୟବସ୍ଥା ପାଇଁ ଆଦୌ ଶୁଭଙ୍କର ନୁହେଁ । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ଚାଷଜମି ଉର୍ବରତା ହରାଇବା ଦେଶର ଆର୍ଥିକ ମେରୁଦଣ୍ଡକୁ ଖରାପ କରିଦେବା ସଦୃଶ ହୋଇଛି । ତେବେ ଏହି ମର୍ମରେ ଜମି ଉର୍ବରତା ହରାଇବା ପଛର କାରଣ ମଧ୍ୟ ଜାଣିବା ଜରୁରି ହୋଇପଡିଛି । ଜମି ଅନୁର୍ବର ହେବା ପାଇଁ ରହିଥିବା ଅନେକ କାରଣ ମଧ୍ୟରୁ ଅତ୍ୟଧିକ ବର୍ଷା, ବନ୍ୟା ଆଦି ଅନ୍ୟତମ । ଦେଶର ଅନ୍ୟ ବିକାଶ କ୍ଷେତ୍ରରେ ତତ୍ପର ରହୁଥିବା ଭାରତ ସରକାର ମୃତ୍ତିକା ସଂରକ୍ଷଣ ଦିଗରେ ମଧ୍ୟ ସଚେତନ ହେବା ଏବଂ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡିଛି । ତେବେ ଏଦିଗରେ କେବଳ ରାଜ୍ୟ ସରକାର ନୁହଁନ୍ତି ବରଂ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତା କରିବାକୁ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *