ସମବାୟ ସମିତି ଭୋଟର ତାଲିକାରେ ଜାଲିଆତି

ଧାମନଗର (ଆପ୍ର): ସମବାୟ ନିର୍ବାଚନ ପାଇଁ ଧାମନଗର ବ୍ଲକ୍ର ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ନାମାଙ୍କନପତ୍ର ଦାଖଲ ତାରିଖ ଥିବାବେଳେ ସେବା ସମବାୟ ସମିତିରେ ଭୋଟର ତାଲିକା ପ୍ରକାଶ ହୋଇ ନ ଥିବାରୁ ପ୍ରାର୍ଥୀପତ୍ର ଦାଖଲ ହୋଇପାରି ନ ଥିଲା । ଏଣୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।
ପ୍ରକାଶ ଥାଉକି ଉକ୍ତ ସେବା ସମବାୟ ସମିତିରେ ଚଳିତ ମାସ ୨୬ତାରିଖ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ହେଲେ ଭୋଟର ତାଲିକାରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଚାଷୀଙ୍କ ନାମ ନ ଥିବା ନେଇ ସମିତି ସମ୍ପାଦକ ବସନ୍ତରାଜ ସାହୁଙ୍କ ନାମରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାଫଳରେ ୧ତାରିଖ ଦିନ ଚାଷୀମାନେ ସମିତି ଆଗରେ ଧାରଣାରେ ବସିବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇ ପାରି ନ ଥିଲା । ଫଳରେ ଆଜି ନାମାଙ୍କନପତ୍ର ଦାଖଲ ହୋଇପାରିନଥିଲା । ଏହି ସମୟରେ ନିର୍ବାଚନ ଅଧିକାରୀ ରବିନ୍ଦ୍ର ଧଳ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନ କରିବାକୁ ଯାଇଥିବା ବେଳେ ଧାରଣାକାରୀ ନିର୍ବାଚନ ଅଧିକାରୀଙ୍କୁ ବିରୋଧ କରିବା ସହ ଘଟଣା ସ୍ଥଳରୁ ଫେରାଇ ଦେଇଥିଲେ । ତେବେ ୧ତାରିଖ ଦିନ ଭୋଟରଲିଷ୍ଟ ପ୍ରକାଶ ପାଇଥିଲେ୨ତାରିଖ ପ୍ରାର୍ଥୀପତ୍ର ଦାଖଲ ହୋଇଥାଆନ୍ତା । ଗୋଟିଏ ଗୋଷ୍ଠୀ ପୁଣି ଆଜି ଧାରଣାରେ ବସିଥିବା ବେଳେ ଅନ୍ୟ କେତେକ ଚାଷୀ ସଦସ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇନଶୃଙ୍ଖଳାକୁ ଆଖିରେ ରଖି ଧାମନଗର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଏହି ଅବସରରେ ନିର୍ବାଚନ ଅଧିକାରୀ ରବିନ୍ଦ୍ର ଧଳଙ୍କ ଦ୍ୱାରା ପ୍ରେରିତ ଏକ ନୋଟିସ ଅନିର୍ବାର୍ଯ୍ୟ କାରଣବଶତଃ ଉକ୍ତ ସମିିତର ନିର୍ବାଚନ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସମ୍ପାଦକ କାନ୍ଥରେ ମାରିଥିଲେ । ଏହାକୁ ନେଇ କିଛି ସମୟ ମଧ୍ୟ ହୋ-ହଲ୍ଲା ହୋଇଥିଲା । ସମ୍ପାଦକଙ୍କ ନାମରେ ବିଭିନ୍ନ ଅଭିଯୋଗ ସହିତ ଭୋଟର ତାଲିକାରେ ପକ୍ଷପାତିତା ଏବଂ ବିଭିନ୍ନ କାର୍ଯ୍ୟର ଅବହେଳା ନେଇ ଭଦ୍ରକ ସମବାୟ ସମିତିର ସରକାରୀ ନିର୍ବନ୍ଧକ ସନାତନ ବେହେରାଙ୍କ ନିଦେ୍ର୍ଦଶ କ୍ରମେ ପ୍ରଶାସନିକ ଅଧିକାରୀ ମୃତୁ୍ୟଞ୍ଜୟ ପଣ୍ଡା ସମିତିର ଭାରପ୍ରାପ୍ତ ସମ୍ପାଦକ ବସନ୍ତରାଜ ସାହୁଙ୍କ ଠାରୁ ସମ୍ପାଦକ ଦାୟିତ୍ୱ ନିଆଯାଇ ଚୁଡ଼ାକୁଟି ସେବାସମବାୟ ସମିତିର ସମ୍ପାଦକ ଅରୁଣଉଦୟ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ ଆଜି ଠାରୁ ଧାମନଗର ସେବା ସମବାୟ ସମିତିର ସମ୍ପାଦକ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଇବା ସହ ଚଳିତ ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବାକୁ ବିଭାଗୀୟ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *