ଷୋଳମପୁରରୁ ବିରଳ ବୁଦ୍ଧମୂର୍ତ୍ତି ଉଦ୍ଧାର

ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଷୋଳମପୁର ଗ୍ରାମରୁ କ୍ରମାଗତ ଭାବେ ବୁଦ୍ଧମୂର୍ତ୍ତି ଉଦ୍ଧାର ହେବାରେ ଲାଗିଛି । ଏହି କ୍ରମରେ ରବିବାର ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଛି । ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଗୃହ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ବେଳେ ଜେସିବି ଦ୍ୱାରା ପ୍ରାୟ ୬ ଫୁଟ୍ ଗଭୀରରୁ ୪ ମୂର୍ତ୍ତି ଖୋଦେଇ ହୋଇଥିବା ଏକ ପ୍ରାଚୀନ ପ୍ରସ୍ତର ଉଦ୍ଧାର ହୋଇଥିଲା । ପ୍ରାୟ ଦେଢ଼ ଫୁଟ୍ ଚଉଡ଼ା ଓ ଅଢ଼େଇ ଫୁଟ ଲମ୍ବର ଖଣ୍ଡୋଲାଇଟ ପଥରରେ ୪ଟି ପ୍ରତିମା ଖୋଦେଇ ହୋଇଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଗବେଷକ ବିଶ୍ୱମ୍ଭର ରାଉତ ବିଶେଷଜ୍ଞ ଡକ୍ଟର ଏକାଦଶୀ ପାଢ଼ୀ ଓ ଦକ୍ଷିଣପୂର୍ବ ଏସିଆ ଉକ୍ରଳୀୟ ନୌବାଣିଜ୍ୟ ସଂସ୍ଥା ନିଦେ୍ର୍ଦଶକ ଡକ୍ଟର ସୁନିଲ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମୂର୍ତ୍ତି ଅଷ୍ଟମ ବା ନବମ ଶତାବ୍ଦୀର ବୁଦ୍ଧକଳାକୃତୀ ଓ ବୌଦ୍ଧବିହାର ସମ୍ମୁଖ ପ୍ରାଚୀରରେ ବ୍ୟବହୃତ ପ୍ରସ୍ତର ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ ।
ପ୍ରସ୍ତରେ ଥିବା ଡାହାଣ ପାଶ୍ୱର୍ର ମୂର୍ତ୍ତି ବୋଧିସତ୍ତ୍ୱଙ୍କ ଅଙ୍ଗରକ୍ଷକ ‘ଚଣ୍ଡକ’ ଘୋଡ଼ାରେ ସବାର ହୋଇ ପଥ ପ୍ରଦର୍ଶନ କରୁଥିବା ବେଳେ ଦ୍ୱିତୀୟ ମୂର୍ତ୍ତି ସ୍ୱୟଂ ବୋଧିସତ୍ତ୍ୱ ଅଟନ୍ତି । ରାଜପୁତ୍ର ସିଦ୍ଧାର୍ଥ ବା ବୋଧିସତ୍ତ୍ୱ ବରଦା ମୁଦ୍ରାରେ ରହିଥିବା ୨ୟ ମୂର୍ତ୍ତିରେ ସ୍ପଷ୍ଟ ହୋଇଛି । ତୃତୀୟ ମୂର୍ତ୍ତି ବୋଧିସତ୍ତ୍ୱଙ୍କ ଅନୁଗାମୀ ‘ଆନନ୍ଦ’ ଭିକ୍ଷାପାତ୍ର ଧରିଥିôବା ଚିତ୍ର ଖୋଦେଇ ହୋଇଛି । ଚତୁର୍ଥ ମୂର୍ତ୍ତି ବୌଦ୍ଧଦେବୀ ‘ଅବଲୋକିତଶ୍ୱର ପଦ୍ମାପାଣି’ । ଏହି ମୂର୍ତ୍ତିରେ ବାମ ହାତରେ ପଦ୍ମଫୁଲ ଓ ଡାହାଣ ହାତରେ ଦଣ୍ଡ ଶୋଭାପାଉଛି । ଏଭଳି ମୂର୍ତ୍ତି ସମଗ୍ର ଓଡ଼ିଶାରେ ବିରଳ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏ ସମ୍ପର୍କୀୟ ମତକୁ ଅବସରପ୍ରାପ୍ତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅବସରପ୍ରାପ୍ତ ନିଦେ୍ର୍ଦଶକ ଡକ୍ଟର ଅଶୋକ କୁମାର ପଟେଲ ଫୋନ ଯୋଗେ ସମର୍ଥନ କରିବା ସହ ଏହି ବିରଳ କଳାକୃତୀ ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *