ଫାଇନାଲ୍ରେ ଭାରତ
ଏଫ୍ଆଇଏଚ୍ ୫-ଏ-ସାଇଡ୍ ପୁରୁଷ ହକି
ଲୁସାନେ, ୫ା୬ (ଏଜେନ୍ସି): ଭାରତୀୟ ପୁରୁଷ ହକି ଟିମ୍ ପ୍ରାରମ୍ଭିକ ଏଫ୍ଆଇଏଚ୍ ହକି ଫାଇଭ୍-ଏ-ସାଇଡ୍ ଟୁର୍ଣ୍ଣାମେଣ୍ଟରେ ରବିବାର ଅପରାଜେୟ ରେକର୍ଡ ବଜାୟ ରଖି ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ମୁକୁଟ ଲଢ଼େଇରେ ପୋଲାଣ୍ଡକୁ ଭେଟିବ ।
ରବିବାର ଭାରତୀୟ ଟିମ୍ ପ୍ରଥମେ ମାଲେସିଆକୁ ୭-୩ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପୋଲାଣ୍ଡକୁ ୬-୨ରେ ମାତ୍ ଦେଇଥିଲା । ଗ୍ରାହମ୍ ରୀଡ୍ଙ୍କ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ ଭାରତ ରାଉଣ୍ଡ-ରବିନ୍ ଲିଗ୍ ପର୍ଯ୍ୟାୟ ପରେ ତିନି ବିଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇ ପାଞ୍ଚ ଟିମ୍ ମଧ୍ୟରେ ସର୍ବାଗ୍ରେ ରହିଛି । ଭାରତୀୟ ଟିମ୍ ଶନିବାର ସ୍ୱିଜରଲାଣ୍ଡକୁ ୪-୩ରେ ହରାଇଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ୨-୨ରେ ଡ୍ର’ ରଖିଥିଲା ।
ଅନ୍ୟପଟେ, ଭାରତୀୟ ମହିଳା ଟିମ୍ ଫାଇନାଲ୍ରେ ପହଞ୍ଚିପାରି ନାହିଁ । ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍କୁ ୪-୪ରେ ଡ୍ର ରଖିଥିବା ବେଳେ ଏଥି ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଆୟୋଜକ ସ୍ୱିଜରଲାଣ୍ଡକୁ ୪-୩ରେ ମାତ୍ ଦେଇଥିଲା । ଆଫ୍ରିକା ବିପକ୍ଷ ମ୍ୟାଚ୍ ୨ ଗୋଲ୍ ବ୍ୟବଧାନରେ ଜିତିଥିଲେ, ଭାରତ ଫାଇନାଲ୍କୁ ଯାଇପାରିଥାନ୍ତା । ଭାରତୀୟ ମହିଳା ଟିମ୍ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।