ପୁରୀ (ବୁ୍ୟରୋ): ରବିବାର ପବିତ୍ର ଶୀତଳଷଷ୍ଠୀରେ ରଥଖଳାରେ ତିନି ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡେରା କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାରେ ତିନି ରଥର ଚାରିନାହାକା ଉଠିବ । ତେଣୁ ବିଶ୍ୱକର୍ମା ମହାରଣାଙ୍କ ସମେତ ସମସ୍ତ ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆଜି ତିନିରଥର ସମସ୍ତ ୪୨ଟି ଚକ ସହ ଅଖ ଯୋଡ଼ାଯାଇ ଡେରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକମାନେ ଚକଅଖ ଡେରା ନୀତି ସମ୍ପନ୍ନ କରିଛନ୍ତି । ରଥଖଳାରେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଚକଅଖ ଯୋଡ଼ାଯାଇଥିଲା । ଚକ ଓ ଅଖ ଯୋଡ଼ାଯିବା ପରେ ଦଣ୍ଡା ଫ୍ରେମ୍ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ରଥର ସମ୍ପୂର୍ଣ୍ଣ ଭାରାକୁ ବହନ କରିବ । ଦଣ୍ଡା ଉପରେ ଗରାଗରା ପଡ଼ି ଚାରିନାହାକା ଉଠିବ । ସେଥିଲାଗି ରଥଖଳାରେ ଦିନର ପ୍ରଚଣ୍ଡ ଉତ୍ତାପକୁ ଖାତିର ନ କରି ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *