କଟକରୁ ଗଡ଼ିବ ଆଉ ୩ଠ ମୋ ବସ୍

କଟକ (ବୁ୍ୟରୋ): ଯାତ୍ରୀଙ୍କ ଗମନା ଗମନକୁ ଆହୁରି ସୁଗମ କରିବା ପାଇଁ କଟକରୁ ଚାରୋଟି ନୂତନ ରୁଟ୍ରେ ଗଡ଼ିବ ୩୦ଟି ମୋ ବସ । ଜୁନ୍ ୮ ତାରିଖରୁ ଏହି ସେବା ଉପଲବ୍ଧ ହେବ । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି । ପୁରୁଣା ବସକୁ ପୁନରୁଦ୍ଧାର କରି ଉକ୍ତ ବସଗୁଡ଼ିକରେ ଆଧୁନିକ ସୁବିଧା ସହିତ ମୋ ବସ ଭାବରେ କଟକରେ ଚାଲିବ । ଯାହାଦ୍ୱାରା ରୌପ୍ୟ ନଗରୀ କଟକର ଯାତ୍ରୀମାନେ ସୁବିଧାରେ ଯାତ୍ରା କରିପାରିବେ । ତେବେ ଏହି ବସ୍ଗୁଡ଼ିକ ବିଜୁ ପଟ୍ଟନାୟକ ଛକରୁ ଚାରିବାଟିଆ, ବାରବାଟୀ ଷ୍ଟାଡ଼ିୟମରୁ ସାଲେପୁର, ଭୁବନେଶ୍ୱର ରେଳ ଷ୍ଟେସନରୁ ଏସସିବି ମେଡ଼ିକାଲ, ଧବଳେଶ୍ୱରରୁ କନ୍ଦରପୁର ପର୍ଯ୍ୟନ୍ତ ୪ଟି ନୂଆ ରୁଟରେ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି କ୍ରୁଟ ପରିଚାଳନା ନିଦେ୍ର୍ଦଶ ସଞ୍ଜୟ କୁମାର ସିଂ କହିଛନ୍ତି ଏହି ସେବା ଦ୍ୱାରା କଟକର ଜନସାଧାରଣ ସୁବିଧା ଓ ସହଜ, ଯାତାୟାତ ପାଇଁ ଅଧିକ ସୁଯୋଗ ପାଇବେ । ପ୍ରତ୍ୟେକ ଯାତ୍ରୀ ପକେଟ ଉପଯୋଗୀ ତଥା କମ ମୂଳ୍ୟରେ ଯାତ୍ରା କରିପାରିବେ । ପୁରୁଣା ବସକୁ ପୁନରୁଦ୍ଧାର କରି ଆଧୁନିକ ସୁବିଧାଗୁଡ଼ିକ ସହିତ ମୋ ବସ ଭାବରେ କଟକ ସହରରେ ଗଡ଼ିବ । ଏହି ସାଧାରଣ ବସସେବା ଜୁନ୍ ୮ ତାରିଖ ବୁଧବାରଠାରୁ ଆରମ୍ଭ ହେବ ବୋଲି ଶ୍ରୀ ସିଂ କହିଛନ୍ତି । ସେହିପରି କ୍ରୁଟ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି ସସ୍ଟେନବିଲିଟି ହେଉଛି କ୍ରୁଟର ଏକ ମୂଳ ଲକ୍ଷ୍ୟ । ଦୀର୍ଘ ବର୍ଷ ଧରି ପଡ଼ିରହିଥିବା ପୁରୁଣା ବସଗୁଡ଼ିକୁ ସଜାଡ଼ି ପୂର୍ବପରି ରୋଡ଼ରେ ଚଳାଇବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ବର୍ତ୍ତମାନ ସେ ଲକ୍ଷ୍ୟ ସଫଳ ହୋଇଛି । କଟକର ଯାତ୍ରୀମାନେ ଦୈନିକ ଯାତାୟାତରେ ଏହି ସେବା ଦ୍ୱାରା ଲାଭାନ୍ୱିତ ହେବେ ବୋଲି କହିଛନ୍ତି । ତେବେ ପ୍ରତ୍ୟେକ ବସ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ କରାଯିବାର ବ୍ୟବସ୍ଥା ରହିଛି । କ୍ରୁଟ ସର୍ବଦା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଛି । ସମସ୍ତ ରୁଟର ବସଗୁଡ଼ିକ ମୋ ବସ କଟକ ଟର୍ମିନାଲରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟଦେଇ ଗତି କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଦୀର୍ଘ ୪ ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ ସେବା ଯୋଗାଇଆସୁଛି । ଫଳରେ ଜନସାଧାରଣଙ୍କ ଦୈନନ୍ଦିନ ଯାତ୍ରାରେ ବେଶ ସହାୟକ ହେଉଛି । କଟକ ସହର ମଧ୍ୟରେ କିଛି ନୂଆ ରୁଟ୍ରେ ମୋ ବସ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *