୨ ବର୍ଷ ମଧ୍ୟରେ ସହରବାସୀଙ୍କୁ ସର୍ବଶ୍ରେଷ୍ଠ ଟ୍ରାଫିକ୍ ସେବା

ଅବରୋଧମୁକ୍ତ ଯାତାୟାତ ନିମନ୍ତେ ବୈଠକ
କଟକ (ବୁ୍ୟରୋ): କଟକ ସହରରେ ଅଧିକାଂଶ ଶାଖା ରାସ୍ତାର ସମ୍ପ୍ରସାରଣ ନ ହେବା ଏବଂ ଏହା ମୁଖ୍ୟରାସ୍ତାକୁ ସଂଯୋଗୀକରଣ କାର୍ଯ୍ୟଯୋଗୁ ଉକ୍ରଟ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଏହା ଯୋଗୁଁ ସହରର ମୁଖ୍ୟ ସଡ଼କପଥରେ ଶାଖାରାସ୍ତାରେ ଯାନଗୁଡ଼ିକର ବେଗ ନିର୍ଦ୍ଦିଷ୍ଟ ବେଗଠାରୁ କମ ହେବା ଦ୍ୱାରା ଇଞ୍ଜିନ ତେଲ ଅଧିକ ଖାଇବା ସହ ପରିବେଶ ପ୍ରଦୂଷଣ ମାତ୍ରାଧିକ ଭାବେ ବୃଦ୍ଧିପାଉଛି । ସହର ମଧ୍ୟରେ ସମୟ ଉପଯୋଗୀ ଟ୍ରାଫିକ ପରିଚାଳନା ଯୋଜନା କାର୍ଯ୍ୟକାରୀ ନହେବା, ଆଞ୍ଚଳିକ ଓ ଦୀର୍ଘ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟରେ ସାମଞ୍ଜସ୍ୟ ନରହିବା, ଟ୍ରାଫିକ ପାଇଁ ଆବଶ୍ୟକ ପଡ଼ୁଥିବା ଚଉଡ଼ା ରାସ୍ତା ଏବଂ ଅଣଚଉଡ଼ା ରାସ୍ତାରେ ଗାଡ଼ିମଟର ଯାନ ଚାଲିବା ଟ୍ରାଫିକ ଭିଡ଼ ସମସ୍ୟା ମୁଖ୍ୟତଃ ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି । ସହରରେ ରାସ୍ତାପାଶ୍ୱର୍ରେ ଯାନବାହାନ ରହଣୀ (ପାର୍କିଂ) ବ୍ୟବସ୍ଥା ନ ରହିବା, ରାସ୍ତାକଡ଼ରେ ଥିବା ବିଭିନ୍ନ ଉଠାଦୋକାନୀ ରାସ୍ତା କଡ଼ରେ ବେପାର କରିବା ଟ୍ରାଫିକ ଜାମର ଅନ୍ୟ ଏକ କାରଣ । ଏଗୁଡ଼ିକର ବାସ୍ତବ ନକ୍ସା ପ୍ରସ୍ତୁତ କରାଯାଇ ତଦନୁଯାୟୀ ଯୋଜନା ପ୍ରସ୍ତୁତ କରାଗଲେ ଟ୍ରାଫିକ ସମସ୍ୟା ସୁଗମ ହୋଇପାରିବ ବୋଲି କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲ ପ୍ରକାଶ କରିଛନ୍ତି । ପ୍ରକାଶଥାଉ କି କଟକ ସହରରେ ଅବରୋଧମୁକ୍ତ ଯାତାୟାତ ନିମନ୍ତେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସିଏମସି କମିଶନର ଅନନ୍ୟା ଦାସ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପରାମର୍ଶଦାତା ଓ ଯୋଜନା ପ୍ରସ୍ତୁତକାରୀ କମ୍ପାନୀକୁ ସହରରେ ଟ୍ରାଫିକ ନିୟନ୍ତ୍ରଣ ଓ ବିଭିନ୍ନ ସମସ୍ୟାକୁ ଏଡ଼ାଇବା ଲାଗି ନିୟୋଜିତ କରିବା ନିମନ୍ତେ ଟେଣ୍ଡର ଡାକିଥିବା ବେଳେ ଏଥିରେ ତିନିଗୋଟି ବହୁରାଷ୍ଟ୍ରୀୟ କମ୍ପାନୀ ଯଥା ନିପନକୋଇ ପ୍ରାଇଭେଟ ଲିମିଟେଡ, ଟ୍ରାକ୍ଟଟାବେଲ ଇଞ୍ଜିନିଅରିଂ ପ୍ରାଇଭେଟ ଲିମିଟେଡ଼ ଏବଂ ଏଇକମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ପ୍ରକ୍ରିୟାରେ ଯୋଗଦାନ କରିଥିଲେ ।
ପ୍ରକାଶଥାଉ କି କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ଏଇକମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଫାର୍ମକୁ କାର୍ଯ୍ୟନିର୍ବାହ ପାଇଁ ସ୍ଥିରୀକୃତ କରି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ବିସ୍ତାରିତ କାର୍ଯ୍ୟାବଳି ଅନ୍ତର୍ଗତ ଏଇକମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରାସ୍ତା କଡ଼ରେ ଥିବା ଜମି, ଟ୍ରାଫିକ ନିୟନ୍ତ୍ରଣ ସମସ୍ୟା, ରାସ୍ତାଗତିରୋଧ, ଛୋଟଛୋଟ ଟ୍ରାଫିକପୋଷ୍ଟ ନିୟନ୍ତ୍ରଣ, ରାସ୍ତାକଡ଼ରେ ଓ ରାସ୍ତାବାହାରେ ପାର୍କିଂ ସ୍ଥାନ ଏବଂ ଅନ୍ୟାନ୍ୟ ପାର୍କିଂସ୍ଥାନ ଉପଯୋଗ, ପାଦଚଲା ରାସ୍ତା, ସାଇକେଲ ରାସ୍ତା, ସାଇକେଲ ପଥ ଏବଂ ସମ୍ପୂର୍ଣ୍ଣ ରାସ୍ତାର ମୁଖ୍ୟ ରାସ୍ତା ଏବଂ ଜଂକସନ, ଯାନବାହାନ ପାର୍କିଂ ବାଣ୍ଟିବା ସ୍ଥାନ, ବିସ୍ତୃତ ଟ୍ରାଫିକ ପରିଚାଳନା ଯୋଜନା, ପାର୍କିଂ ଉପଚାର ଚିହ୍ନିତ ସ୍ଥାନ ଚିହ୍ନଟ, ରାସ୍ତାର ବିସ୍ତୃତ ନକ୍ସା ପ୍ରସ୍ତୁତ କରିବା, ରାସ୍ତାର ମଧ୍ୟସ୍ଥଳରେ ଟ୍ରାଫିକ୍ ପୋଷ୍ଟକୁ ଦୃଷ୍ଟିରେ ରଖି ଯାତାୟାତ ଇତ୍ୟାଦି କାର୍ଯ୍ୟ କମ୍ପାନୀ ଦ୍ୱାରା କାର୍ଯ୍ୟକାରୀ ହେବ । ଏତଦ୍ବ୍ୟତୀତ କମ୍ପାନୀର ପରମର୍ଶଦାତାଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ଦେବାରେ ସହାୟତା ପ୍ରଦାନ କରାଯିବ ।
ଏହି କାର୍ଯ୍ୟର ମ୍ୟାପ ପ୍ରସ୍ତୁତିକରଣ କମ୍ପାନୀ ୮ ମାସ ମଧ୍ୟରେ ସାରିବାକୁ ନିଦେ୍ର୍ଦଶ ଦିଆଯାଇଥିବାବେଳେ ପ୍ରକଳ୍ପର କାର୍ଯ୍ୟକାରୀତା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇ ସହରବାସୀଙ୍କୁ ସର୍ବଶ୍ରେଷ୍ଟ ଟ୍ରାଫିକ ବ୍ୟବସ୍ଥା ଯେଗାଇଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *