୧ଠ ନୂଆ ପ୍ରକଳ୍ପ ସମ୍ପର୍କରେ ଆଲୋଚନା

ବିଡିଏର ସାଧାରଣ ବୈଠକ
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷାରେ ଅନୁଷ୍ଠିତ ହୋଇଯାଇଛି । ବିଡିଏ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ କମିଶନର ଡା.ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଏମ୍ସି ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ବିଡିଏ ସଚିବ ସମ୍ବିତ ରାଉତ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାଓ, ବିଏମ୍ସି ନିର୍ବାହୀଯନ୍ତ୍ରୀ ତଥା ବିଡିଏ ଇଞ୍ଜିନିୟର ସଦସ୍ୟ ଇଂ.ବସନ୍ତ ପାଢ଼ୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ୧୦ଟି ନୂଆ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ସହରର ପାର୍କିଂ ସମସ୍ୟାକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଏକ ମଲ୍ଟି ଲେଭଲ୍ କାର୍ ପାର୍କିଂ କରାଯିବ । ବିଏମ୍ସି ଏଥିପାଇଁ ସ୍ଥାନ ପ୍ରଦାନ କରିବ । ୧୦କୋଟି ଟଙ୍କା ବ୍ୟୟରେ ବିଡିଏ ଏହା ନିର୍ମାଣ କରିବ ବୋଲି ଏଠାରେ ଆଲୋଚନା ହୋଇଛି । ଏହି ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେବା ଫଳରେ ଅନ୍ନପୂର୍ଣ୍ଣା ମାର୍କେଟ, ଗିରି ମାର୍କେଟ, ରାମଲିଙ୍ଗମ ପାର୍କ, ଷ୍ଟାଡିୟମ୍ ଆଦି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ପାର୍କିଂର ଆଉ ଅସୁବିଧା ହେବନାହିଁ । ଏଠାରେ ୨୦୦ କାର୍ ପାର୍କିଂ ହୋଇପାରିବ ଓ ନନ୍ଦନକାନନ ଠାରେ ନିର୍ମିତ ହୋଇଥିବା ପାର୍କିଂ କମ୍ପ୍ଲେକ୍ସ ଶୈଳୀରେ ଏହା ନିର୍ମିତ ହେବ । ସେହିଭଳି ନୂଆ ବସ୍ଷ୍ଟାଣ୍ଡ ରାସ୍ତାରେ କମରସିଆଲ୍ ବିଲ୍ଡିଂ ନିର୍ମାଣ ହେବ । ଏଥିପାଇଁ ମଧ୍ୟ ପ୍ରାୟ ୧୦କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଏଠାରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ବେପାର ବାଣିଜ୍ୟ ନିମନ୍ତେ ପ୍ରାଧାନ୍ୟତା ଦିଆଯାଇଛି । ଏହା ନିର୍ମାଣ ହେବା ଫଳରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରିତ ହେବ । ଅତ୍ୟାଧୁନିକ ରେସ୍ତୋରାଂ ନିର୍ମାଣ ପାଇଁ ଏଠାରେ ବ୍ୟବସ୍ଥା ରହିଛି । ଆସିକା ରୋଡ୍ ଠାରେ ଥିବା ପାଣ୍ଡିରିଗାଡିଆ ବଜାରର ଉନ୍ନତୀକରଣ କରାଯିବ । ଏଠାରେ ନୂଆ ମାର୍କେଟିଂ କମ୍ପ୍ଲେକ୍ସ ନିର୍ମାଣ ହେବ । ଏଥିପାଇଁ ମଧ୍ୟ ୧୦କୋଟି ଟଙ୍କା ଖର୍ଚ୍ଚ ହେବ । ଅଳକାପୁର ମୌଜା ଅନ୍ତର୍ଗତ ସିଟି ହାଇସ୍କୁଲ ପଡିଆ ଠାରେ ୧୦କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିମୟରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ହେବ । କ୍ରୀଡାବିତ୍ଙ୍କ ପାଇଁ ଏହା ବେଶ୍ ଉପାଦେୟ ହେବ । ଏଥିରେ ବ୍ୟାଡମିଣ୍ଟନ, ବାସ୍କେଟବଲ ଆଦି ବିଭିନ୍ନ ଖେଳ ପାଇଁ ଇଣ୍ଡୋର ଷ୍ଟାଡିୟମ୍ ନିର୍ମିତ ହେବ । ଆମ୍ବପୁଆ ବିବେକ ବିହାର ଠାରେ କମର୍ସିଆଲ ହାଉସିଂ ଡେଭଲପ୍ମେଣ୍ଟ ପାଇଁ କମ୍ପ୍ଲେକ୍ସ ନିର୍ମାଣ ହେବ । ଅତ୍ୟାଧୁନିକ ଶୈଳୀରେ ଏହା ନିର୍ମାଣ କରାଯିବ । ଏଥିପାଇଁ ପାଖାପାଖି ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁମତି ମିିଳିଲେ ଏହି କାର୍ଯ୍ୟ ଅଗ୍ରଗତି ହେବ ବୋଲି କମିଶନର ତଥା ଉପାଧ୍ୟକ୍ଷ ସିଦେ୍ଧଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।
ସେହିଭଳି ନିକଟରେ ଗୋପାଳପୁର ଠାରେ ଦୁସାହାସିକ ପାର୍କ ନିର୍ମାଣ ସରିଥିବା ବେଳେ ଏକ ବାଟର ପାର୍କ ନିର୍ମାଣ କରିବାକୁ ଲକ୍ଷ୍ୟ କରାଯାଇଛି । ଏହାର ଭିତ୍ତିଭୂମି ବିକାଶ ପାଇଁ ଗୋପାଳପୁର ଏନ୍ଏସି ପକ୍ଷରୁ ଟଙ୍କା ବିନିଯୋଗ କରାଯାଇଥିବା ବେଳେ ବିଡିଏର ସହାୟତାରେ ଏହି ପାର୍କ ନିର୍ମାଣ ହେବ । ଗୋପାଳପୁରସ୍ଥିତ ଜୁଡିସିଆଲ୍ ହାଉସ୍ ଠାରେ ଏହା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ ମତବ୍ୟକ୍ତ କରିଛନ୍ତି । ସେହିଭଳି ଆମ୍ବପୁଆ ରକ୍ ଗାର୍ଡେନ ଠାରେ ଥି୍ରଡି ଦର୍ପଣ ବ୍ୟବସ୍ଥା, ଖୋଲା ସ୍ଥାନରେ ପାର୍କ ଓ ଜିମ୍, ଲାଞ୍ଜିପଲ୍ଲୀ ପାର୍କରେ ସୋଲାର ଲାଇଟ୍, ନୂଆବନ୍ଧ ଠାରେ ଜେଟ୍ ବ୍ୟବସ୍ଥା ଆଦି କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *