ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସରକାରଙ୍କ ସପକ୍ଷରେ ସୁପି୍ରମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଶୁକ୍ରବାର ମଧ୍ୟାହ୍ନରେ ସିଂହଦ୍ୱାରଠାରେ ପହଞ୍ଚôଲା ପରେ ସେମାନଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧିମାନେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ଉଭୟଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ । ସୁପ୍ରିମ୍ ରାୟ ସରକାରଙ୍କ ସପକ୍ଷରେ ଯାଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଥିଲେ । ସୂଚନାଥାଉକି, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ତତ୍ସହିତ ଅଗଣିତ ଭକ୍ତଙ୍କ ଲାଗି ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର । ଏହି ପବିତ୍ର ପୀଠର ଚତୁଃପାଶ୍ୱର୍କୁ ଦିଆଯାଇଛି ନୂଆରୂପ । ଶ୍ରୀମନ୍ଦିରର ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏଥିରେ ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନାର୍ଥୀଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଚାଲିଥିବା ବେଳେ ଏହାକୁ ନେଇ ଅଯଥାରେ ବିବାଦ ଛିଡ଼ା କରାଯାଉଥିଲା । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିଲେ କିଛି କୁଚକ୍ରୀ । କିନ୍ତୁ ଆଜି ସେହି କୁଚକ୍ରୀ ଗୋଷ୍ଠୀଙ୍କୁ ଶକ୍ତ ଝଟ୍କା ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲାକୁ କୋର୍ଟ ରଦ୍ଦ କରିଛନ୍ତି । ଏହି ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି କହି କୋର୍ଟରେ ଉଭୟ ଆବେଦନକାରୀ ଅଦେ୍ର୍ଧନ୍ଦୁ ଦାସ ଓ ସୁମନ୍ତ କୁମାର ଘଡ଼ାଇଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।