ମହିଳା ହେବେ ଲାଇନ୍ମ୍ୟାନ୍

ଆହୁରି ସଶକ୍ତ ହେବ ମିଶନ୍ ଶକ୍ତି
ଭୁବନେଶ୍ୱର,୨ା୬(ବୁ୍ୟରୋ): କେବଳ ପୁରୁଷ ନୁହେଁ, ଏଣିକି ମହିଳା ବି ସାଜିବେ ଲାଇନ୍ ମ୍ୟାନ୍ । ପୁରୁଷଙ୍କ ଭଳି ସେମାନେ ମଧ୍ୟ ଏହି ଦାୟିତ୍ୱ ତୁଲାଇବେ । ବିଦୁ୍ୟତ୍ ବିଭାଗରେ ମିଶନ୍ ଶକ୍ତି ମହିଳାଙ୍କୁ ଲାଇନ୍ ମ୍ୟାନ୍ ନିଯୁକ୍ତି ମିଳିବ । ଆସନ୍ତାବର୍ଷ ଏଥିପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବ । ମିଶନ୍ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି ।
ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳାମାନେ ବିଦୁ୍ୟତ୍ ବିଲ୍ ଆଦାୟ କରିପାରୁଛନ୍ତି । ଯେତେବେଳେ ବିଦୁ୍ୟତ୍ ଜନିତ କିଛି ସମସ୍ୟା ଦେଖାଦେଉଛି, ଉପଭୋକ୍ତା ପ୍ରଥମେ ସେମାନଙ୍କୁ ଫୋନ୍ କରୁଛନ୍ତି । ତେଣୁ ଲାଇନ୍ ମ୍ୟାନ୍ ହେବା ପାଇଁ ଯେଉଁମାନଙ୍କର ଯୋଗ୍ୟତା ରହିଛି, ସେମାନେ ଏହି ଦାୟିତ୍ୱ ତୁଲାଇପାରିବେ । ବିଦୁ୍ୟତ୍ ବିଭାଗ ସହ ଆଲୋଚନା କରାଯାଇ ଏନେଇ ଆମେ ଖସଡ଼ା ପ୍ରସ୍ତୁତ କରିବୁ । ସେହିପରି ଆଗାମୀ ବର୍ଷେ ଭିତରେ ଏସ୍ଏଚ୍ଜି ମହିଳାଙ୍କ ପାଇଁ ରାଜ୍ୟସ୍ତରୀୟ ଫେଡେରେସନ୍ ଗଠନ କରାଯିବ । ଏହା ସେମାନଙ୍କୁ ନିଷ୍ପତ୍ତି ନେବାରେ କର୍ଣ୍ଣଧାର ଭାବେ ସଜାଇବ ।
ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡ଼ିକୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ)ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତବର୍ଷ ହଜାର ହଜାର ଏସ୍ଏମଇ ଗଠନ କରିବାକୁ ଟାର୍ଗେଟ୍ ରହିଛି । ଏହାଫଳରେ ରାଜ୍ୟରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ମହିଳା ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ । ସେମାନେ ଏସ୍ଏଚ୍ଜି ଗଠନ କରି ମହିଳାଙ୍କୁ ରୋଜଗାରକ୍ଷମ କରାଇବେ ।
ଅନ୍ୟପକ୍ଷରେ ଚଳିତବର୍ଷ ମହିଳାଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୫ ବର୍ଷରେ ୫ଠ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ଆଗାମୀ ୩ ବର୍ଷରେ ୫ଠଠ ମିଶନ୍ ଶକ୍ତି ବଜାର ତିଆରି ହେବ । ବିଦେଶରେ ବିକ୍ରି ହେବ ଓଡ଼ିଶାର ମହିଳାଙ୍କ ହାତତିଆରି ସାମଗ୍ରୀ । ଏହାସହ ସୁସ୍ୱାଦୁ ଖାଦ୍ୟପେୟ ପାଇଁ ବ୍ଲକ୍ଗୁଡ଼ିକରେ ତିଆରି ହେବ ୫ଠଠ ମିଶନ୍ ଶକ୍ତି କାଫେ । ମିଶନ୍ ଶକ୍ତି ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ସମସ୍ତ ମହିଳାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ମୂଳ ଉଦେ୍ଦଶ୍ୟ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ।
ସୂଚନାଥାଉକି, ଓଡ଼ିଶାରେ ମିଶନ୍ ଶକ୍ତି ଏକ ଆନେ୍ଦାଳନରେ ପରିଣତ ହୋଇଛି । ଏହା ମାଧ୍ୟମରେ ୭ଠ ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହେବା ସହ ସଶକ୍ତ ହୋଇପାରିଛନ୍ତି । ସେମାନଙ୍କୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାମ ଯୋଗାଇ ଦିଆଯାଇଛି । ନିକଟରେ ମିଶନ୍ ଶକ୍ତି ମହିଳାଙ୍କୁ ରାଜ୍ୟ ସରକାର ହସ୍ପିଟାଲ୍ଗୁଡ଼ିକରେ ୧୩ ପ୍ରକାରର ଦାୟିତ୍ୱ ଦେବା ସମ୍ପର୍କରେ ଘୋଷଣା କରିଥିଲେ । ଧାନକିଣାଠାରୁ ଆରମ୍ଭ କରି ଗାଁ ଗାଁରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା, ମାଛଚାଷ, ସବୁଠି ସେମାନେ ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *