ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ହେବ

କଂଗ୍ରେସର ୨୦୨୪ ରୋଡ୍ମ୍ୟାପ ପ୍ରସ୍ତୁତ
ଭୁବନେଶ୍ୱର (ବୁ୍ୟରୋ): ୨ଠ୨୪ ପାଇଁ କଂଗ୍ରେସ୍ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି । ନବସଂକଳ୍ପ ଚିନ୍ତନ ଶିବିରରେ ଆୟୋଜିତ ଦ୍ୱିତୀୟ ଦିନ ଅଧିବେଶନରେ ଦେଶ ଏବଂ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ପ୍ରଥମ ଦିନ ଅଧିବେଶନରେ ରାଜନୈତିକ ବ୍ୟାପାର କମିଟି, ସଂଗଠନ କମିଟି, ଅର୍ଥନୈତିକ କମିଟି, ସାମାଜିକ ନ୍ୟାୟ କମିଟି, ଯୁବ ଛାତ୍ର କମିଟି, ମହିଳା ସଶକ୍ତିକରଣ କମିଟି, କୃଷି, କଷକ ଓ କୃଷି ଶ୍ରମିକ କମିଟି ମାନ ଗଠନ ହୋଇଥିଲା । ଏହି ସସସ୍ତ କମିଟିରେ ବିଭିନ୍ନ କଂଗ୍ରେସ ନେତୃବର୍ଗ ଯୋଗଦାନ କରି ନିଜ ନିଜର ମତ ଉପସ୍ଥାପନ କରିବା ସହିତ ଆସନ୍ତା ଦିନରେ ସେହିସବୁ ପ୍ରସଙ୍ଗ ଉପରେ କଂଗ୍ରେସ ଦଳ ସାରା ରାଜ୍ୟରେ ଜନଆନେ୍ଦାଳନ ସୃଷ୍ଟି କରିବା ସହିତ ପଦଯାତ୍ରା କରିବ ।
କଂଗ୍ରେସ ନିଜ ଚିନ୍ତାଧାରାରୁ କେବେହେଲେ ବିରତ ହେବ ନାହିଁ । ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ କଂଗ୍ରେସ କମିଟି ଅତିଶୀଘ୍ର ଏକ ଆନେ୍ଦାଳନ ଆରମ୍ଭ କରିବ । ସାରା ରାଜ୍ୟରେ କଂଗ୍ରେସ ଏକ ବିଶାଳ ଜନ ଆନେ୍ଦାଳନ ସୃଷ୍ଟି କରିବ । ବିଜେପି ଏବଂ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏ କଥାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିସାରିଛନ୍ତି । ବିଜେପି କେବଳ ବଡ଼ ବଡ଼ ଶିଳ୍ପପତିଙ୍କ ପାଇଁ କାମ କରୁଛି । ସୀମା ବିବାଦକୁ ମଧ୍ୟ ଜନତା ଜର୍ନାଦ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିବ । ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଧାନ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ଦରରେ ରାଜ୍ୟର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବା ଉପରେ ନିଷ୍ପତ୍ତି ହୋଇଛି । ଚାଷକାର୍ଯ୍ୟ ପାଇଁ କୃଷକଙ୍କୁ ମାଗଣରେ ବିଦୁ୍ୟତ ଯୋଗାଣ କରିବା, ସମସ୍ତ କୃଷି ଋଣ ଛାଡ଼ ଏବଂ ପ୍ରତି ବ୍ଲକରେ ୭୦% ଜଳସେଚନ ସୁବିଧା ସହିତ ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ଦିନରେ ସାରା ରାଜ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବେରୋଜଗାରୀକୁ ନେଇ ଲଢ଼େଇ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କଂଗ୍ରେସ ନିଶ୍ଚିତ ରାଜ୍ୟରେ ଫେରିବ । ରାଜ୍ୟର ଜନସାଧାରଣ ଏ ଦୁଇ ଜନବିରୋଧୀ ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବୁ । କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ସହ ପ୍ରଭାରୀ ଜି. ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଏଆଇସିସି ସଂପାଦକ ଶରତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *