ନ୍ୟାୟପାଳିକା ସ୍ୱାଧୀନ ହେବା ଉଚିତ୍

ନ୍ୟାୟିକ ସେବା ଶିକ୍ଷାନବୀଶଙ୍କୁ ବିଧାନସଭାରେ ପରିଚୟାତ୍ମକ ତାଲିମ
ଭୁବନେଶ୍ୱର (ବୁ୍ୟରୋ): ବ୍ୟବସ୍ଥାପକ, ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତିନି ପ୍ରମୁଖ ଅଙ୍ଗ । ପରସ୍ପର ମଧ୍ୟରେ ସଠିକ୍ ସମନ୍ୱୟ ରହିଲେ ଗଣତନ୍ତ୍ର ମଜବୁତ ହେବା ସହ ସାଧାରଣ ଜନତା ସବୁପ୍ରକାର ସୁଫଳ ପାଇପାରିବେ ବୋଲି ଆୟୋଜିତ ନ୍ୟାୟିକ ସେବା ଶିକ୍ଷାନବୀଶଙ୍କ ପରିଚୟାତ୍ମକ ତାଲିମ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରକାଶ କରିଛନ୍ତି ।
ବିଧାନସଭାର କାର୍ଯ୍ୟବିଧି, ନୀତିନିୟମ, ବିଲ୍ ଓ ଅନ୍ୟାନ୍ୟ ସମ୍ବନ୍ଧରେ ଉପବାଚସ୍ପତି ନବାଗତଙ୍କୁ ସୂଚନା ଦେବା ସହ ସାଧାରଣ ଲୋକଟିଏ କିପରି ସଠିକ ଓ ତ୍ୱରିତ ନ୍ୟାୟ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ବିଧାନର ସାର୍ବଭୌମତ୍ୱକୁ ରକ୍ଷା କରିବା ସମସ୍ତଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ବିଧାନସଭାର ସଚିବ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣରେ ଉଲ୍ଲେଖ କରିଥିଲେ । ନ୍ୟାୟପାଳିକା ସବୁବେଳେ ସ୍ୱାଧୀନ ହେବା ଉଚିତ୍ । ନ୍ୟାୟପାଳିକାର ସଂପୂର୍ଣ୍ଣ ସ୍ୱାଧୀନତା ବିନା କୌଣସି ଦେଶ ବିକଶିତ ହୋଇପାରେ ନାହିଁ ବୋଲି ଆଇନ ବିଭାଗ ସଚିବ ପ୍ରତାପ କୁମାର ପାତ୍ର ପ୍ରକାଶ କରିଛନ୍ତି । ବିଧାନସଭାର ବିବିଧ ପ୍ରଶ୍ନ, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ମଧ୍ୟରେ ସଂପର୍କ, ବିଲ୍ କିପରି ଆଗତ ହୁଏ, ବିଭିନ୍ନ କମିଟିର କାର୍ଯ୍ୟକାରିତା ଓ ନେଭା ସଂପର୍କରେ ବିଧାନସଭା ନିଦେ୍ର୍ଦଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିଦେ୍ର୍ଦଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳେଇ ପ୍ରମୁଖ ନବାଗତଙ୍କୁ ସବିଶେଷ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୩୯ ଜଣ ନବାଗତ ତାଲିମ ଶେଷ ହେଲା ପରେ ପବିତ୍ର ଗୃହ, ପାଠାଗାର, ଗବେଷଣା ଶାଖା ଆଦି ବୁଲି ଦେଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *