୪୨ରୁ ୪୧ ଚକ ନିର୍ମାଣ ଶେଷ
ରଥଖଳାରୁ…
ପୁରୀ (ବୁ୍ୟରୋ): ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣରେ ନିଯୋଜିତ ମହାରଣା ସେବକ ଆଜିସୁଦ୍ଧା ୪୨୍ରୁ ୪୧ ଚକ ନିର୍ମାଣ ଶେଷ କରିଛନ୍ତି । ନନ୍ଦିଘୋଷର ୫ଗୋଟି ଦଣ୍ଡାର ଚଉପଟ ଓ ତାଳଧ୍ୱଜର ୪ ଗୋଟି ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦେବଦଳନର ୫ଟି ଦଣ୍ଡା ନିର୍ମାଣ ଶେଷ ପର୍ଯ୍ୟାୟରେ । ଦେବଦଳନ ଓ ତାଳଧ୍ୱଜର ତୃତୀୟ ଭୁଇଁ ଖମ୍ବୀ ଦୁଇ ମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜର ମୋଟ ୧୪ ଗୋଟି ଚକରୁ ୧୩ ଗୋଟି ଶେଷ ହୋଇଥିଲା, ଆଜି ଶେଷ ଚକଟିର ନିର୍ମାଣ ଶେଷ ହୋଇଛି । ଆଜି ନନ୍ଦିଘୋଷର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକମାନେ ଶେଷ କରିଛନ୍ତି । ତିନିରଥର ତିଖ ଗୁଜ ଗୁଡ଼ିକରେ ରୂପକାର ସେବକମାନେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ‘ଗରଗରା କଣ୍ଟା’, ଗୟଳ କଣ୍ଟା ଏବଂ ଛନ୍ଦା ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।