ସାଂସଦଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିଦେ୍ର୍ଦଶ

ଅନୁଭବ-ବର୍ଷା ମାମଲା
କଟକ (ବୁ୍ୟରୋ) ସାସଂଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ପୁଣି ଏକ ନୂଆ ମୋଡ଼ ନେଇଛି । ବର୍ଷା ପ୍ରିୟଦର୍ଶିନୀ ରହି ଆସୁଥିବା ଅନୁଭବଙ୍କ ନନ୍ଦିସାହି ସ୍ଥିତ ପୈତୃକ ଘର ଛାଡ଼ିବାକୁ କଟକ ଏସ୍ଡ଼ିଜେଏମ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହିତ ଭରଣପୋଷଣ ପାଇଁ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଦୁଇ ମାସର ଟଙ୍କା ପାଇବା ପରେ ବର୍ଷାପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଅନୁଭବ ଦାଖଲ କରିଥିବା ଏକ ପିଟିସନର ଶୁଣାଣି କରି ଆଜି ଅଦାଲତ ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଅନୁଭବଙ୍କ ବାପାମାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷାଙ୍କୁ ତାଙ୍କ ପୈତୃକ ଘର ଛାଡ଼ିବାକୁ କଟକ ଏସଡ଼ିଜେଏମ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ତା ସହିତ ବର୍ଷାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ରାୟ ପ୍ରକାଶ କରି କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହିତ ବର୍ଷାଙ୍କ ରହଣି ଲାଗି ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି । ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ଏହି ଟଙ୍କା ସେ ବର୍ଷାଙ୍କୁ ଦେବେ ବୋଲି କୋର୍ଟ କହିଛନ୍ତି । ଅନୁଭବଙ୍କ ଠାରୁ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଅନୁଭବଙ୍କ ଓକିଲ ଆଲୋକ କୁମାର ମହାପାତ୍ର କହିଛନ୍ତି, ଦିନେ ଛାଡ଼ି ଦିନେ ବା ପ୍ରତି ସପ୍ତାହରେ ଅନୁଭବ ହୁଅନ୍ତୁ କି ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ବିରୋଧରେ ମିଛ ମାମଲା ଦିଆଯାଉଥିଲା । ତେଣୁ ତାଙ୍କ ପରିବାର ଲୋକେ ସେଠାରେ ନିଜକୁ ସୁରକ୍ଷିତ ମଣି ନଥିଲେ । ସେଥିପାଇଁ ସେମାନେ ଘର ଛାଡ଼ି ଦେଇଥିଲେ । ବର୍ଷା ଏବେ ଯେଉଁ ଘରେ ପୁଲିସର ସୁରକ୍ଷା ବ୍ୟବସ୍ଥାରେ ରହୁଛନ୍ତି ତାହା ଅନୁଭବଙ୍କ ପୈତୃକ ଘର । ସେହି ଘର ଉପରେ ଅନୁଭବଙ୍କ ବାପାଙ୍କ ବ୍ୟତୀତ ତାଙ୍କର ଦୁଇ ବଡ଼ ବାପାଙ୍କ ପରିବାର ଲୋକଙ୍କର ଓ ପିଉସୀଙ୍କର ଅଧିକାର ରହିଛି । ଏହି ଘର ତାଙ୍କ ଜେଜେ ବାପାଙ୍କର ନାଁରେ ରହିଛି । କିନ୍ତୁ ଜଣଙ୍କ ପାଇଁ ସମସ୍ତେ ଘର ଛାଡ଼ି ଦେଇଛନ୍ତି । ତେବେ ଏବେ ଅନୁଭବଙ୍କ ବାପା ଓ ବଡ଼ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ । ସେମାନେ ନିଜ ପୈତୃକ ଘରକୁ ଫେରିବାକୁ ଚାହୁଁଛନ୍ତି । ଏ କଥା ଆମେ କୋର୍ଟରେ ଜଣାଇଥିଲୁ । ପତିପନôୀଙ୍କ ବିବାଦରେ ଯେପରି ଘରର ଅନ୍ୟ ସଦସ୍ୟ, ବିଶେଷକରି ବୃଦ୍ଧ ବାପାମା ପେଶି ନ ହୁଅନ୍ତୁ ସେନେଇ ସୁପ୍ରିମକୋର୍ଟ ଅନେକ ମାମଲାରେ ନିଦେ୍ର୍ଦଶ ଦେଇଥିବାର ନଜିର ରହିଛି । ଏସବୁ ତଥ୍ୟ କୋର୍ଟରେ ଉପସ୍ଥାପନ କରିବା ପରେ ବର୍ଷାଙ୍କୁ ଘର ଛାଡ଼ିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବର୍ଷା ତାଙ୍କ ଆୟର ଉତ୍ସ ଦେଖାଇବା ସହିତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦିଅନ୍ତୁ ବୋଲି ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଅନ୍ୟ ଏକ ଆବେଦନ ଉପରେ କୋର୍ଟ କିଛି ରାୟ ଦେଇ ନାହାନ୍ତି । ସେ ସମ୍ପର୍କରେ କିଛି ନିଦେ୍ର୍ଦଶ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ବୋଲି କୋର୍ଟ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *