ରଥଯାତ୍ରାରେ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା

ପୁରୀ,୧ ।୬: ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଏହି ଯାତ୍ରା ୧ରୁ ଆରମ୍ଭ ହୋଇ ୧୨ରେ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବା ସହ ଶେଷ ହେବ । ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଥମ ଥର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ବୀମା ବ୍ୟବସ୍ଥା କରାଯାଇଛି । ବୀମା ଲାଗି ସମଗ୍ର ପୁରୀ ପୌରପାଳିକା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
କରୋନା ମହାମାରୀ କାରଣରୁ ଦୁଇ ବର୍ଷ ପରେ ରଥଯାତ୍ରା ହେଉଛି । ତେଣୁ ଏଥିର ରଥଯାତ୍ରାରେ ଅଧିକ ଭକ୍ତ ସମାଗମ ହେବା ଆଶା କରାଯାଉଛି । ଅଧିକ ଭକ୍ତ ସମାଗମ ଯୋଗୁ ଦୁର୍ଘଟଣା ଆଶଙ୍କା ମଧ୍ୟ ରହିଛି । ଏପର୍ଯ୍ୟନ୍ତ ରଥଯାତ୍ରା ସମୟରେ ମାତ୍ର ୩୦ ଜଣଙ୍କ ପାଇଁ ଦୁର୍ଘଟଣାଜନିତ ବୀମା ବ୍ୟବସ୍ଥା ଥିଲା । ପ୍ରଥ୍ମ ଥର ଲାଗି ସବୁ ଶ୍ରଦ୍ଧାଳୁଙ୍କ ଲାଗି ବୀମା ବନେ୍ଦାବସ୍ତ ହୋଇଛି ବୋଲି ବୁଧବାର ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ କୁମାର ଜେନା କହିଛନ୍ତି ।
ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ପୁରୀ ପୌରାଞ୍ଚଳ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ଯେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା ଜନିତ ମୃତୁ୍ୟ ହେଲେ ତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ଦିଆଯିବ । ଏହି ଅର୍ଥ ରାଶି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ । ବୀମା ସମ୍ପର୍କିତ ଏହି ନିୟମ ଜୁଲାଇ ୧ରୁ ୧୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *