ଗଡ଼ିଲା ଭାରତ-ବାଂଲାଦେଶ ମିତାଲୀ ଏକ୍ସପ୍ରେସ୍

ନୂଆଦିଲ୍ଲୀ (ଏଜେନ୍ସି): ଭାରତ ଓ ବାଂଲାଦେଶ ସମ୍ପର୍କ ଆଉ ଏକ ପାଦ ବଢ଼ିଯାଇଛି । ଉଭୟ ଦେଶ ମଧ୍ୟରେ ତୃତୀୟ ଯାତ୍ରୀବାହୀ ଟ୍ରେନ୍ ‘ମିତାଲି ଏକ୍ସପ୍ରେସ୍’ ସେବା ବୁଧବାର ଠାରୁ ଆରମ୍ଭ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବାଂଲାଦେଶ ରେଳମନ୍ତ୍ରୀ ମହମ୍ମଦ ଇସ୍ମାଇଲ୍ ସୁଜାନ୍ ଏକ ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ନୂଆ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଉଭୟ ଦେଶରେ ସମ୍ପର୍କ ଅଧିକ ମଜଭୁତ ହୋଇପାରିବ । ଏହି ଟ୍ରେନ୍ ପଶ୍ଚିମବଙ୍ଗର ନୁ୍ୟ ଜଲପାଇଗୁଡ଼ୀ ଠାରୁ ବାଂଲାଦେଶର ଢ଼ାକା ଛାବ୍ନୀ ରେଲୱେ ଷ୍ଟେସନ ଯାଏଁ ଯାତାୟାତ କରିବ । ଏହା ୯ ଘଣ୍ଟାରେ ପଶ୍ଚିମବଙ୍ଗର ନୁ୍ୟ ଜଲପାଇଗୁଡ଼ୀ ଠାରୁ ବାଂଲାଦେଶର ଢାକା ଛାବ୍ନୀ ମଧ୍ୟରେ ପାଖାପାଖି ୫୧୩ କିଲୋମିଟର ଯାଏଁ ଯାତ୍ରା କରିବ ।
ଟ୍ରେନ୍ଟି ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ରବିବାର ଓ ବୁଧବାର ଯାତାୟାତ କରିବ । ସେହିଭଳି ଢାକାରୁ ଫେରୁଥିବା ଅନ୍ୟ ଏକ ଟ୍ରେନ୍ ପ୍ରତ୍ୟେକ ସୋମବାର ଓ ଗୁରୁବାର ଦୁଇଦିନ ଚାଲିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *