ଏକାମ୍ର ହାଟରେ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର (ବୁ୍ୟରୋ): ସ୍ଥାନୀୟ ଏକାମ୍ର ହାଟଠାରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ରଜ ସଂକ୍ରାନ୍ତି ପର୍ବ ଅବସରରେ ଏହି ମେଳା ଆୟୋଜନ କରାଯାଇଛି ।
ଏହି ମେଳାକୁ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍ଘାଟନ କରିଥିଲେ । ଉତ୍ସବରେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଚିବ ଶୁଭା ଶର୍ମା, ବୟନ ଶିଳ୍ପ ନିଦେ୍ର୍ଦଶକ ସୁଶାନ୍ତ କୁମାର ଦାଶ, ସ୍ୱତନ୍ତ୍ର ସଚିବ ଓ ସେରିଫେଡ୍ ତଥା ଉକ୍ରଳିକାର ପରି·ଳନା ନିଦେ୍ର୍ଦଶକ ସରୋଜ କୁମାର ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରି·ଳନା ନିଦେ୍ର୍ଦଶକ ଶିଶିର କୁମାର ନାଗ ଉତ୍ସବରେ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ୩୩ଟି ସମବାୟ ସମିତି/ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ବୁଣାକାରଙ୍କୁ ୩୩ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୧ ଅକ୍ଟୋବର ୨ରୁ ୨୦୨୨ ମେ’ ୩୧ ମଧ୍ୟରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ଫୁଡ୍କୋର୍ଟରେ ୧୦ କୋଟି ୮୭ ଲକ୍ଷ ଟଙ୍କାର କାରବାର ହୋଇପାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *