ମୋ ସରକାର, ୫-ଟି କାର୍ଯ୍ୟର କଲେ ପ୍ରଶଂସା

ଆଇଏଏସ୍ ପ୍ରୋବେସନର୍ଙ୍କ ଢେଙ୍କାନାଳ ଗସ୍ତ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ବିଭିନ୍ନ ରାଜ୍ୟରୁ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଆସିଥିବା ଆଇଏଏସ୍ ପ୍ରୋବେସନରଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜିଲ୍ଲାରେ ୫-ଟି ଅଧୀନରେ ହେଉଥିବା ମୋ ସରକାର କାର୍ଯ୍ୟକ୍ରମ, ଇକୋ ଫ୍ରେଣ୍ଡଲି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବାର କାର୍ଯ୍ୟକାରିତା, କୃଷି ଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି, ପଶୁପାଳନ, ବର୍ଷା ଜଳ ଅମଳ, ଦୁର୍ଗମ ଗ୍ରାମାଞ୍ଚଳରେ ବିକାଶ ନିମନ୍ତେ ଉଦ୍ୟମ, ଜିଲ୍ଲାରେ ହକି ଖେଳର ବିକାଶ ନିମନ୍ତେ ପ୍ରୟାସ, ଶିଶୁ ମୃତୁ୍ୟ ହାର ହ୍ରାସ, ସାକ୍ଷରତା ହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା, ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତ୍ୟେକ ମାସରେ ବୈଠକ ଡକାଯାଇ ବ୍ଲକ୍ ସବଡିଭିଜନ, ଜିଲ୍ଲା ସ୍ତରରେ ଅଭିଯୋଗ ଶୁଶାଣି ସମ୍ପର୍କରେ କହିବା ସହିତ ସମସ୍ୟାର ସମାଧାନ ପାଇଁ ସଚେତନ କରାଯାଉଥିବାର କହିଥିଲେ ।
ଆଇଏଏସ୍ ପ୍ରୋବେସନରମାନଙ୍କ କର୍ମମୟ ଜୀବନ ଉଜ୍ଜ୍ୱଳମୟ ହେଉ ବୋଲି ଜିଲ୍ଳାପାଳ କାମନା କରିଥିଲେ । ଆଇଏଏସ୍ ପ୍ରୋବେସନରମାନେ ଜିଲ୍ଳାର କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଜାଣି ଖୁସି ହୋଇଥିଲେ । ଏହି ଗସ୍ତ ସେମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଥିଲେ । ଏହି ଅବସରରେ ଆଇଏଏସ୍ ପ୍ରୋବେସନରମାନେ କପିଳାସ ପୀଠ, ପାର୍କ, ଯୋରନ୍ଦା ମହିମାଗାଦୀ, ପରିଦର୍ଶନ କରିଥିବା ବେଳେ କଙ୍କଡାହାଡ ଅଙ୍ଗନୱାଡି କେନ୍ଦ୍ର, ଫିସ୍ ସେଣ୍ଟର, କୋଟଗରାସ୍ଥିତ ରୁରାଲ ପାର୍କ, ୫-ଟି ସ୍କୁଲ ବୁଲି ଦେଖିଥିଲେ । ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଉଦୟ କୁମାର ମହାପାତ୍ର, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ସିଡିଏମଓ ଅଶୋକ କୁମାର ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ସରୋଜ କୁମାର ଦତ୍ତ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *