ବନ୍ୟା-ବାତ୍ୟା ମୁକାବିଲାକୁ ଗୁରୁତ୍ୱ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
କେନ୍ଦୁଝର (ଆପ୍ର): ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକା ଏବଂ ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିଦେ୍ର୍ଦଶକ୍ରମେ ଆଗାମୀ ବର୍ଷାଋତୁରେ କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବୁଧବାର ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ୍ଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ଲୋକସଭା ସଦସ୍ୟା ଇଂ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଡିଏଫ୍ଓ କେନ୍ଦୁଝର ଧନରାଜ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଯଦୁମଣି ମହଲା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଡେପୁଟି କଲେକ୍ଟର ଆପତ୍କାଳୀନ ସୁରଂଜିକା ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ପୌରପାଳିକା/ଏନ୍ଏସିର ନିର୍ବାହୀ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ସମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଏବେଠାରୁ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲ୍ଲାରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ହେଲେ ତାର ସଫଳ ମୁକାବିଲା ପାଇଁ ସରକାରୀ ପଦାଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ, ଏସ୍ଏଚ୍ଜି ତଥା ଜନସାଧାରଣ ସମସ୍ତେ ସାମୂହିକ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାସ୍ତରରେ ଏବଂ ବ୍ଲକ୍ସ୍ତରରେ ୨୪ ଘଣ୍ଟିଆ କଣ୍ଟୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ/ପୌରପାଳିକା/ଏନ୍ଏସିରେ ବନ୍ୟା, ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସ୍ଥାନ, ନିରାପଦ ଆଶ୍ରୟ ସ୍ଥଳ ଉପରେ ଆଲୋଚନା ହୋଇଥିଲା । ଜଳ ସଂପଦ ବିଭାଗ ଅଧିନସ୍ଥ ନଦୀବନ୍ଧ ମାନଙ୍କରେ ଦୁର୍ବଳ ସ୍ଥାନମାନଙ୍କର ଆଶୁ ମରାମତି ସହ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ/ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଦେଶୀ ଡଙ୍ଗା ଓ ପାୱାର୍ ବୋଟ୍ ପ୍ରସ୍ତୁତ ରଖିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।
ବିଶେଷ କରି ବନ୍ୟା ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ଅଗମ୍ୟ ଅଂଚଳରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ବନ୍ୟା, ବାତ୍ୟା ସମୟରେ ପଶୁଧନର ଚିକିତ୍ସା ଓ ଗୋଖାଦ୍ୟ ଯୋଗାଣ, କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ତଥା ଏ ବାବଦରେ ବିଶଦ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏତଦବ୍ୟତୀତ ସମ୍ଭାବ୍ୟ ବନ୍ୟା ବାତ୍ୟା ପରସ୍ଥିତିରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ପରିଚରଳନା, ଗଛ ପଡିରାସ୍ତା ଅବରୋଧ ହେଲେ ଗମନାଗମନ ଉପଯୋଗୀ କରିବା, ରାସ୍ତାଘାଟ ମରାମତି, କ୍ଷୟକ୍ଷତି ଆକଳନ, ଆଇନ ଶୃଙ୍ଖଳା ରକ୍ଷା, ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ମୁତୟନ ଇତ୍ୟାଦି ପ୍ରସଙ୍ଗ ଉପରେ ବୈଠକରେ ବିଶଦଭାବେ ଆଲୋଚନା କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *